ଘଷିପୁରାର ଅନେକ ବୁଥରେ ସିସିଟିଭି କ୍ୟାମେରା ଲଗାଇ ଦେଉନାହାଁନ୍ତି ବଦ୍ରିଙ୍କ ସମର୍ଥକ: ସୌମ୍ୟରଞ୍ଜନ

Advertisment
ଘଷିପୁରାର ଅନେକ ବୁଥରେ ସିସିଟିଭି କ୍ୟାମେରା ଲଗାଇ ଦେଉନାହାଁନ୍ତି ବଦ୍ରିଙ୍କ ସମର୍ଥକ: ସୌମ୍ୟରଞ୍ଜନ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବୁଥ୍ ହେଉଛି ସମ୍ବେଦନଶୀଳ। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକମାନେ ଅନେକ ବୁଥରେ କ୍ୟାମେରା ଲଗାଇ ଦେଉନାହାଁନ୍ତି। ଘଷିପୁରା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି କଥା କହିବା ସହ ବଦ୍ରି ପାତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଘଷିପୁରାର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ଅପିଲ୍ କରିଛନ୍ତି। ଏଥିସହ ବିନା ରିଗିଂରେ ନିର୍ବାଚନ କରିବାକୁ ସେ ନିର୍ବାଚନ କମିସନଙ୍କୁ ଅପିଲ୍ କରିଛନ୍ତି। ବଦ୍ରିବାବୁ ପୂର୍ବରୁ ବାରମ୍ବାର ବୁଥ୍ ରିଗିଂ କରି ନିର୍ବାଚନ ଜିତୁଥିଲେ। ତେଣୁ ଏଥର ସମସ୍ତ ବୁଥରେ ସିସିଟିଭି ଲଗେଇବାକୁ ସୌମ୍ୟ ପଟ୍ଟନାୟକ ଦାବି କରିଛନ୍ତି।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି, “ବଦ୍ରି ବାବୁ ଯାହା କହିବାକୁ ଚେଷ୍ଟା କରୁଛନ୍ତି, ତାହା ଶୁଣି ମୋତେ ହସ ମାଡୁଛି, ଲାଜ ବି ମାଡୁଛି। ମୁଁ ବ୍ୟସ୍ତ ଆଉ ବିବ୍ରତ ମଧ୍ୟ। ତେବେ ତାଙ୍କ ଭଳି ଜଣେ ଅନୁଭବୀ, ପୂବର୍ତନ ମନ୍ତ୍ରୀ ଯାହା କହୁଛନ୍ତି ତାହା ଭିତରେ ତାଳମେଳ ରହୁନାହିଁ। ସେମାନେ ମୋତେ ବିଦେଶୀ ବୋଲି କହୁଛନ୍ତି। ମୋତେ କେହି ଜାଣିନାହାଁନ୍ତି ବୋଲି କହୁଛନ୍ତି। ତେବେ ମୋତେ ଯଦି କେହି ବି ଜାଣିନାହାଁନ୍ତି, ତେବେ ସେ ଖୁସି ହେବା କଥା। ମୋ ପାଇଁ ସେ ଏତେ ବ୍ୟସ୍ତ କଣ ପାଇଁ ହେଉଛନ୍ତି, ଡରୁଛନ୍ତି କଣ ପାଇଁ?”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe