ସମସ୍ତ ବିଦ୍ୟୁତ କର୍ମଚାରୀଙ୍କର ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିର୍ଦ୍ଦେଶ

Advertisment
ସମସ୍ତ ବିଦ୍ୟୁତ କର୍ମଚାରୀଙ୍କର ଆଣ୍ଟିଜେନ୍‌ ପରୀକ୍ଷା ପାଇଁ ନିର୍ଦ୍ଦେଶ

Twitter

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା 'ୟାସ୍‌'ରେ ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ବିଦ୍ୟୁତ କର୍ମଚାରୀମାନଙ୍କର କୋଭିଡ ପରୀକ୍ଷା କରାଯିବ। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ପୌରସଂସ୍ଥା, ମହାନଗର କମିସନର ଓ ଜିଲ୍ଲା ସିଡିଏମଓମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି।

ଚିଠିରେ ଶ୍ରୀ ମହାପାତ୍ର ଉଲିଛନ୍ତି କି ବାତ୍ୟା ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଦ୍ୟୁତ ଭିତ୍ତିଭୂମି ବ୍ୟାପକ ଭାବେ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ଟିପିସିଓଡିଏଲ୍‌ ଓ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ୧୦ ହଜାରରୁ ୧୨ ହଜାର ବିଦ୍ୟୁତ କର୍ମଚାରୀ ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ ହେବେ। ଏସବୁ କର୍ମଚାରୀମାନଙ୍କ ଭିତରେ ଯେପରି କୋଭିଡ ସଂକ୍ରମଣ ନ ବ୍ୟାପିବ, ସେଥିପାଇଁ ପୂର୍ବରୁ ସମସ୍ତ କର୍ମଚାରୀମାନଙ୍କର ରାପିଡ ଆଣ୍ଟିଜେନ୍‌ ପରୀକ୍ଷା (ର୍ୟାଟ୍‌) କରାଯିବ। ଯାହାଫଳରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସୁରୁଖୁରୁରେ ଚାଲିବ। ଏହାକୁ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe