ଆସନ୍ତାକାଲି ଠାରୁ ଭୁବନେଶ୍ବର ମହାନଗର ନିଗମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

Advertisment
ଆସନ୍ତାକାଲି ଠାରୁ ଭୁବନେଶ୍ବର ମହାନଗର ନିଗମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ବନ୍ଦ ରହିବ ଧର୍ମାନୁଷ୍ଠାନ। ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ। ଏହି ସମୟରେ ଭୁବନେଶ୍ବର ମହାନଗର ନିଗମରେ ଥିବା ସବୁ ମନ୍ଦିର, ମସଜିଦ୍, ଗୀର୍ଜାରେ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମୟରେ ପୂଜକମାନେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବି ବଜାୟ ରଖିବେ।ଭୁବନେଶ୍ୱରରେ ବି ସଂକ୍ରମିତଙ୍କ ସଂଖ୍ୟା ବି ଖୁବ୍ ଅଧିକ ରହୁଛି । ତେଣୁ ବିଏମସି ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଉପରେ ନଜର ରଖାଯାଇଛି। ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବିଏମସି କମିସନର।
ରାଜ୍ୟରେ ବେକାବୁ ହୋଇଛି କରୋନ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା, ଦୈନିକ ସଂକ୍ରମଣର ଶୀର୍ଷରେ ରହିଛି । ଖୋର୍ଦ୍ଧାରୁ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe