ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଶ୍ବାସ ଓ ଇନଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବେ, ନହେଲେ କଡା କାର୍ଯ୍ୟାନୁଷ୍ଠାନ

Advertisment
ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ଶ୍ବାସ ଓ ଇନଫ୍ଲୁଏଞ୍ଜା ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବେ, ନହେଲେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରାକାରୀ ଡାକ୍ତରଖାନାକୁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମା  ଅନୁସାରେ ପ୍ରତି ଡାକ୍ତରଖାନାକୁ ଆସୁଥିବା ଶ୍ବାସ ଓ ଇନଫ୍ଲୁଏଞ୍ଜା ରୋଗୀଙ୍କ ପୂରା ତଥ୍ୟ ସରକାରଙ୍କୁ ଜଣାଇବେ ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇବେ। ଯଦି ଡାକ୍ତରଖାନାଗୁଡ଼ିକ ଏପରି କରି ନଥିବା ସରକାରଙ୍କ ନଜରକୁ ଆସିବ ତେବେ କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ।

ଶନିବାର ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ବାଗଚୀ କହିଚନ୍ତି,  ସରକାରଙ୍କୁ ଶ୍ୱାସ ଓ ଇନଫ୍ଲୁଏନଜା ରୋଗୀଙ୍କ ତଥ୍ୟ  ଦେବା ବାଧ୍ୟତାମୂଳକ କରାଯାଇଛି । ଏହି ରୋଗୀଙ୍କ ସମସ୍ତ ତଥ୍ୟ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ସରକାରଙ୍କୁ ଜଣାଇବେ । ନିର୍ଦ୍ଦେଶ ନ ମାନିଲେ ହସ୍ପିଟାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ ହସ୍ପିଟାଲ ସିଲ୍ ହୋଇପାରେ କିମ୍ବା ଲାଇସେନ୍ସ ବାତିଲ୍ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe