ସର୍ବଭାରତୀୟ ଶିକ୍ଷା ବଞ୍ଚାଅ ଦିବସ

Advertisment
ସର୍ବଭାରତୀୟ ଶିକ୍ଷା ବଞ୍ଚାଅ ଦିବସ

ଭୁବନେଶ୍ବର : ରାଷ୍ଟ୍ରୀୟ ଶିକ୍ଷା ଆନ୍ଦୋଳନ ମିଳିତ ମଞ୍ଚ ପକ୍ଷରୁ ରାଜଭବନ ସମ୍ମୁଖରେ ସର୍ବଭାରତୀୟ ଶିକ୍ଷା ବଞ୍ଚାଅ ଦିବସ ପାଳିତ ହୋଇଯାଇଛି। ଏଥିରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ରଦ୍ଦ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଶିକ୍ଷା, ଶିକ୍ଷାୟତନ, ଛାତ୍ର ଓ ଶିକ୍ଷକ ବିରୋଧୀ ଆଭିମୁଖ୍ୟ ବିରୋଧରେ ପ୍ରମୁଖ ଶିକ୍ଷକ ସଙ୍ଗଠନ, ଛାତ୍ର ସଙ୍ଗଠନ, ଅଭିଭାବକ ସଙ୍ଗଠନ, ନାଗରିକ ସମାଜ ସଙ୍ଗଠନ ସେମାନଙ୍କର ଦୃଢ଼ ମତବ୍ୟକ୍ତ କରିଥିଲେ।

ଓଡ଼ିଶାରେ ପ୍ରତ୍ୟକ୍ଷ ଦରମା ହାର ପୁନଃ ପ୍ରଚଳନ, ପେନସନ୍‌ ବ୍ୟବସ୍ଥା ଏବଂ ଚାକିରି ସର୍ତ୍ତାବଳୀ ସମସ୍ତଙ୍କ ପାଇଁ ଲାଗୁ କରିବା, ବ୍ଲକଗ୍ରାଣ୍ଟ ଓ ଠିକା ବ୍ୟବସ୍ଥା ଉଚ୍ଛେଦ, ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ, ସ୍କୁଲ ମିଶ୍ରଣ ପ୍ରକ୍ରିୟାକୁ ବାତିଲ୍‌, ବିଶ୍ବବିଦ୍ୟାଳୟ ପରିଚାଳନା ନିୟମ ୨୦୨୦ ପ୍ରତ୍ୟାହାର କରିବା ଆଦି ଦାବି ଉପସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମଞ୍ଚ ପକ୍ଷରୁ ଅମିୟ କୁମାର ମହାନ୍ତି, ସୁରେନ୍ଦ୍ର କୁମାର ଜେନା, ଉମାକାନ୍ତ ପାତ୍ର, ପ୍ରକାଶ ଚନ୍ଦ୍ର ମହାନ୍ତି, ରାଜେନ୍ଦ୍ର ବର୍ମା, ପ୍ରଦୀପ୍ତ ନାୟକ, ନିକୁଞ୍ଜ କିଶୋର ମହାନ୍ତି, ବିମ୍ବାଧର ପଟ୍ଟନାୟକ, ସଂଘମିତ୍ରା ଜେନା, ସୁବାସ ନାୟକ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅମିୟ କୁମାର ମହାନ୍ତି ଓ ସୁରେନ୍ଦ୍ର କୁମାର ଜେନାଙ୍କ ନେତୃତ୍ବରେ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe