୫ରୁ ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟ୍‌ବଲ୍   

Advertisment
୫ରୁ ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟ୍‌ବଲ୍   

Olympics

ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଧାନପାଟ କ୍ଲବ୍‌ ପକ୍ଷରୁ ସର୍ବଭାରତୀୟ ପ୍ରଧାନପାଟ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଡିସେମ୍ବର ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ବର୍ଷ ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ରାଜ୍ୟରୁ ୫ଟି ଦଳ ଏବଂ ରାଜ୍ୟ ବାହାରୁ ୩ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

୭ ତାରିଖରେ ପ୍ରଥମ ସେମିଫାଇନାଲ, ୧୦ ତାରିଖରେ ଦ୍ବିତୀୟ ସେମିଫାଇନାଲ ଏବଂ ୧୧ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ସ୍ଥା‌ନୀୟ ହୋଟେଲ ରୋଜନକ ପ୍ଲାଜାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କ୍ଲବ୍‌ର ବରିଷ୍ଠ ସଦସ୍ୟ ସୁବାସ ଚନ୍ଦ୍ର ଭୋଇ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ସଭାପତି ଯୋଗେନ୍ଦ୍ର ସାହୁ, ସଂପାଦକ ସଂଜିବ ନାୟକ, କ୍ଲବର ସଦସ୍ୟ ବିକାଶ ଅଗ୍ରୱାଲ, ଅନନ୍ତ ମେହେର, ଅଲେଖ ନାୟକଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe