ଭୁବନେଶ୍ୱରରେ ସର୍ବଭାରତୀୟ ଲେଖିକା ସମାବେଶ ୮ରେ

Advertisment
ଆସନ୍ତା ୨୨ରୁ ‘ସଉରା ଭାଷା ସମ୍ମିଳନୀ’

EducationWorld

ଭୁବନେଶ୍ବର : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ‘କେନ୍ଦ୍ର ସାହିତ୍ୟ ଅକାଦେମି’ ପକ୍ଷରୁ ଆସନ୍ତା ୮ତାରିଖରେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ସର୍ବଭାରତୀୟ ଲେଖିକା ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ଔପନ୍ୟାସିକା ପ୍ରତିଭା ରାୟ ଉଦ୍‌ଘାଟନ କରିବେ। ବିଖ୍ୟାତ କବି ତଥା ସାହିତ୍ୟ ଅକାଦେମିର ମହତ୍ତର ସଦସ୍ୟ ରମାକାନ୍ତ ରଥ ଉଦ୍‌ଘାଟନୀ ଅଧିବେଶନରେ ସଭାପତିତ୍ବ କରିବେ। ବିଶିଷ୍ଟ କବି ପ୍ରତିଭା ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ଥିବା ବେଳେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଓ ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବେ। ପରବର୍ତ୍ତୀ ଅଧିବେଶନଗୁଡ଼ିକରେ କବିତା ଏବଂ ଗଳ୍ପ ପାଠ ସହିତ ‘ନାରୀମାନଙ୍କ ସାହିତ୍ୟରେ ବୈପ୍ଳବିକ ପରିବର୍ତ୍ତନ’ ଶୀର୍ଷକରେ ଆଲୋଚନା କରାଯିବ। ଏଥିରେ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ଲେଖିକା ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଲେଖକ ଲେଖିକା ଓ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe