ଭୁବନେଶ୍ବର : ସାହିତ୍ୟ ଅକାଦେମି ପକ୍ଷରୁ ‘ସର୍ବଭାରତୀୟ ଯୁବ ଲେଖକ ଉତ୍ସବ’ ମଣିପୁରର ଇମ୍ଫାଲ୍ରେ ଉଦ୍ଘାଟିତ ହୋଇଛି। ଆଦିବାସୀ ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ଏହି ୨ ଦିନିଆ ଉତ୍ସବକୁ ବିଶିଷ୍ଟ ଓଡ଼ିଆ କଥାକାର ଗୌରହରି ଦାସ ଉଦ୍ଘାଟନ କରିଛନ୍ତି। ଶ୍ରୀ ଦାସ ଉତ୍ସବକୁ ଉଦ୍ଘାଟନ କରି କହିଲେ, ଲେଖକମାନେ ହେଉଛନ୍ତି ଆସ୍ଥା ଓ କରୁଣାର ସହ ଜୀବନକୁ ଚିତ୍ରଣ କରୁଥିବା ଶିଳ୍ପୀ। ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମଣିପୁରୀ ଉପଦେଷ୍ଟା ମଣ୍ଡଳୀର ଆବାହକ କିରଣ କୁମାର ସ୍ବାଗତ ଭାଷଣ ଦେଇଥିବା ବେଳେ ଅକାଦେମିର ସଚିବ ଡ.କେ ଶ୍ରୀନିବାସ ରାଓ ଉପସ୍ଥିତ ଥିଲେ। ଉତ୍ସବରେ ସମଗ୍ର ଦେଶରୁ ଯୁବ କବିମାନେ ଯୋଗ ଦେଇଥିବା ବେଳେ ଓଡ଼ିଶାରୁ ଯୁବ କବୟିତ୍ରୀ ନର୍ମଦା ସାହୁ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ଆଜି ମଣିପୁରର ବହୁ ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ସର୍ବଭାରତୀୟ ଯୁବ ଲେଖକ ଉତ୍ସବ ଉଦ୍ଘାଟିତ
Advertisment
Follow Us