ସ୍ବାସ୍ଥ୍ୟ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆ ସ୍ବାସ୍ଥ୍ୟ କାର୍ଡ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ପ୍ରେସକ୍ରିପସନରୁ ମୁକ୍ତି ପାଇଁ ନୂଆ କାର୍ଡ ପ୍ରଚଳନ କରାଯିବ। କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ...

Mukesh Mahaling

Mukesh Mahaling Photograph: (sambad.in)

ଭୁବନେଶ୍ବର: ନୂଆ ସ୍ବାସ୍ଥ୍ୟ କାର୍ଡ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ପ୍ରେସକ୍ରିପସନରୁ ମୁକ୍ତି ପାଇଁ ନୂଆ କାର୍ଡ ପ୍ରଚଳନ କରାଯିବ।  କାର୍ଡରେ ସମ୍ପୃକ୍ତ କାର୍ଡ ଧାରକଙ୍କର ସମସ୍ତ ସ୍ବାସ୍ଥ୍ୟ ତଥ୍ୟ ରହିବ।

ନ୍ୟାସନାଲ ଡିଜିଟାଲ ହେଲଥ ମିଶନକୁ ଓଡ଼ିଶା ସରକାର ଲାଗୁ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ନୂଆ ସ୍ବାସ୍ଥ୍ୟ କାର୍ଡ ନ୍ୟାସନାଲ ହେଲଥ ଅଥରିଟି ଅଧୀନରେ ରହିବ । 

ଏହାର ନାମ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ କାର୍ଡ । ରାଜ୍ୟର ୩.୫ କୋଟି ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯିବ। କାର୍ଡର ଲୋଗୋ ମଧ୍ୟ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଲୋକେ ଅନ୍‌ଲାଇନରେ ଏହି କାର୍ଡ ପାଇଁ ଆବେଦନ କରିପାରିବେ । ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ ।

କ୍ୟୁଆର କୋର୍ଡ ସ୍କାନ କରିବା ଦ୍ବାରା ଧାରକଙ୍କର ପୂର୍ବ ରୋଗ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ। ଫଳରେ ଡାକ୍ତରଙ୍କୁ ରୋଗୀଙ୍କ ସ୍ବାସ୍ଥ୍ୟ ବିଷୟରେ ସହଜରେ ତଥ୍ୟ ମିଳିପାରିବ। ଏହା ଦ୍ବାରା ସ୍ବାସ୍ଥ୍ୟସେବା ସହଜ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ପ୍ରବାସୀ ଖାଇବେ ଓଡ଼ିଆ ଖାଦ୍ୟ: ନଗର ଉନ୍ନୟନ ମନ୍ତ୍ରୀ

ତେବେ କେଉଁ ତାରିଖ ମଧ୍ୟରେ ଏହି ନୂଆ କାର୍ଡ ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନ ଥିବା ବେଳେ ଫେବ୍ରୁଆରି ପୂର୍ବରୁ କାର୍ଡ ବଣ୍ଟନ କରାଯିବାକୁ ନେଇ ଯୋଜନା କରାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ:  ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ତୃତୀୟ ଆକ୍ରମଣ: କ୍ଲବ୍‌ ସମ୍ମୁଖରେ ଗଣ ଗୁଳିଚାଳନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe