୧ରୁ ରାଜ୍ୟରେ ଖୋଲିବ ସବୁ ମେଡିକାଲ କଲେଜ

Advertisment
ରାଜ୍ୟର ୪ ମେଡିକାଲ୍‌ କଲେଜରେ ଖୋଲିବ ପିଜି ପାଠ୍ୟକ୍ରମ

Buzz Spritis

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ପୁଣି ଥରେ ଖୋଲିବ। ଉଚ୍ଚଶିକ୍ଷା ବିଭାଗର ସଚିବ, ଡିନ୍, ପ୍ରିନ୍ସିପାଲ ଓ ବିଭିନ୍ନ ମେଡିକାଲ କଲେଜର ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ମାତ୍ର କୋଭିଡ୍‌ କଟକଣା ସହିତ ମାର୍ଗଦର୍ଶିକା ମାନି କଲେଜ ଖୋଲିବାକୁ ସବୁ ମେଡିକାଲ କଲେଜମାନଙ୍କୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସାମାଜିକ ଦୂରତ୍ବ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦେଶାବଳୀକୁ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷକରି ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ କଲେଜ ଖୋଲା ଯାଉଥିବା ନେଇ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏ ନେଇ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ମେଡିକାଲ କଲେଜର ମୁଖ୍ୟମାନଙ୍କୁ ଅବଗତ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣକୁ ନଜରରେ ରଖି ସରକାର ସମସ୍ତ ମେଡିକାଲ କଲେଜରେ ଶିକ୍ଷାଦାନକୁ ବନ୍ଦ ରଖିଥିଲେ। ପ୍ରାୟ ୮ ମାସ ପରେ ମେଡିକାଲ କଲେଜଗୁଡ଼ିକ ପୁଣିଥରେ ଖୋଲିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe