କରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅଭୂତପୂର୍ବ ସଫଳତା ; ଦିନକରେ ୩,୫୯୭ ଆଣ୍ଟିଜେନ୍‌ ଟେଷ୍ଟ୍‌, ସବୁ ନେଗେଟିଭ୍‌

Advertisment
କରୋନା ମୁକାବିଲା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅଭୂତପୂର୍ବ ସଫଳତା ; ଦିନକରେ ୩,୫୯୭ ଆଣ୍ଟିଜେନ୍‌ ଟେଷ୍ଟ୍‌, ସବୁ ନେଗେଟିଭ୍‌

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ୩,୫୯୭ ଜଣଙ୍କ ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କରା ଯାଇଥିଲା। ସମସ୍ତଙ୍କ ଏହି ରିପୋର୍ଟ ନେଗେଟିଭ୍‌ ଆସିଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହା ଜିଲ୍ଲା ପାଇଁ ଏକ ଭଲ ସଙ୍କେତ ବୋଲି ସେ କହିଛନ୍ତି।

କିନ୍ତୁ ଜିଲ୍ଲାରେ ଆଜି ଆରଟି-ପିସିଆର୍‌ ଟେଷ୍ଟ ୪ଶହ କରାଯାଇଛି, ଯାହାର ରିପୋର୍ଟ ହସ୍ତଗତ ହୋଇନାହିଁ। ପ୍ରତ୍ୟେହ ଜିଲ୍ଲାରେ ୩ରୁ ୪ ହଜାର ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ ହେଉଥିବା ବେଳେ କିଛି ନା କିଛି ପଜିଟିଭ୍‌ ଆସୁଥିଲା। ପ୍ରଥମ ଥର ଲାଗି ସବୁ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଏବେ ସୁଦ୍ଧା ଜିଲ୍ଲାରେ ପ୍ରାୟ ୫ଲକ୍ଷ ୮୦ହଜାରରୁ ଅଧିକ ଲୋକଙ୍କ କୋଭିଡ଼୍ ପରୀକ୍ଷା ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଗତକାଲିର କୋଭିଡ୍‌ ନମୁନା ପରୀକ୍ଷାରୁ ଜିଲ୍ଲାରେ ୧୫ ଜଣ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ଙ୍କ‌ ସ˚ସ୍ପର୍ଶରେ ଆସି ୧୧ଜଣ ଓ କୋଭିଡ଼୍ ଯୋଦ୍ଧା ୪ଜଣ ଅଛନ୍ତି। ଜିଲ୍ଲାର ସମୁଦାୟ ସ˚କ୍ରମିତଙ୍କ ସ˚ଖ୍ୟା ୨୧ହଜାର ୩୯୫ରେ ପହଞ୍ଚିଛି। ବର୍ତ୍ତମାନ ୧୩୦ ଜଣ ସକ୍ରିୟ ସ˚କ୍ରମିତ ଅଛନ୍ତି। ୨୧୦୨୫ ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥହାର ୯୮ .୩ ପ୍ରତିଶତକୁ ବଢ଼ିଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ କୋଭିଡ୍‌ରେ ୨୩୨ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe