ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ର ଧାରଣା

Advertisment
ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ର ଧାରଣା

ଭୁବନେଶ୍ୱର : ବହୁଦଫା ଦାବି ନେଇ ଆଜି ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଓ୍ଵାର୍କର୍ସ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ବାରମ୍ବାର ସରକାରଙ୍କ ନିକଟରେ ଦାବି କରାଯିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନ ଥିବାରୁ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ସୂଚନା ଦେଇଛି।

ସଂଘର ଦାବି ମଧ୍ୟରେ ରହିଛି, ଅଙ୍ଗନବାଡ଼ି କର୍ମଚାରୀଙ୍କ ବେତନ ବୃଦ୍ଧି ସହିତ ସାମାଜିକ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟବୀମା, ଗ୍ରାଚ୍ୟୁଇଟି ଓ ସରକାରୀ ମାନ୍ୟତା। ଏହି ଦାବି ନେଇ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର କରାଯାଉଥିଲେ ହେଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ବର୍ଷ ବର୍ଷ ଧରି ଅଙ୍ଗନବାଡ଼ି କର୍ମଚାରୀ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାର ଯଦି ସଂଘର ଦାବି ପୂରଣ ଦିଗରେ କୌଣସି ପଦକ୍ଷେଗ ଗ୍ରହଣ ନ କରନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ବିକ୍ଷୋଭରେ ଭାରତୀୟ ମଜଦୁର ସଂଘର ବସନ୍ତ ସାହୁ, ରଂଜନ ସାହୁ, ଲକ୍ଷ୍ମଣ ଦାସ, ସୁମିତା ମହାପାତ୍ର, ଗାୟତ୍ରୀ ଦାସ, ବିନୋଦିନୀ ପରିଡ଼ା, ରଞ୍ଜୁବାଳା ସାହୁ, ସଞ୍ଜୁଲତା ମହାନ୍ତି, ପ୍ରେମାଞ୍ଜଳି, ସୌଦାମିନୀ ମିଶ୍ର, ଅମ୍ରିତା ପ୍ରଧାନ ଓ ଗୀତାଞ୍ଜଳି ସେଠୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe