ଆଇନଜୀବୀ ସଂଘ ବାର୍ଷିକ ଅଧିବେଶନ ଡିସେମ୍ବର ୨୯ରେ, ଯୋଗଦେବେ ସୁପ୍ରିମକୋର୍ଟ ବିଚାର ପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ

Advertisment
ଆଇନଜୀବୀ ସଂଘ ବାର୍ଷିକ ଅଧିବେଶନ ଡିସେମ୍ବର ୨୯ରେ, ଯୋଗଦେବେ ସୁପ୍ରିମକୋର୍ଟ ବିଚାର ପତି, ହାଇକୋର୍ଟ ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ

www.amazon.in

ଭୁବନେଶ୍ୱର : ଡିସେମ୍ବର ୨୯ ତାରିଖରେ ଅନୁଗୁଳ ଠାରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବ। ଅନୁଗୁଳ ବାର୍‌ ଆସୋସିଏସନ ସହଯୋଗରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସମେତ ହାଇକୋର୍ଟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ ଓ ଆଇନ୍‌ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଆଜି ଆର୍ଯ୍ୟ ପ୍ୟାଲେସ୍‌ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ସଂଘର ସାଧାରଣ ସମ୍ପାଦକ ବିଭୂପ୍ରସାଦ ତ୍ରିପାଠୀ, ସଭାପତି ଜ୍ଞାନରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ଏହି ଅଧିବେଶନରେ ବରି‌ଷ୍ଠ ଆଇନଜୀବୀମାନଙ୍କୁ ସମ୍ମର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ଆଡ୍‌ଭୋକେଟ୍‌ ଏକାଡେମିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ଆଇନ ମିସନ୍‌ କାର୍ଯ୍ୟକାରିତା ନେଇ ସରକାରଙ୍କର ଦୃ‌ଷ୍ଟି ଆକର୍ଷଣ କରାଯିବ। ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟ‌ରେ ଆଇନଜୀବୀ ପରିଷଦର ସଭ୍ୟ ସୀତାଂଶୁ ମୋହନ ଦ୍ବିବେଦୀ, କାର୍ଯ୍ୟକାରୀ ସମ୍ପାଦକ ମିତ୍ରଭାନୁ ମହାପାତ୍ର, ଅନୁଗୁଳ ସଭ୍ୟ ମହେନ୍ଦ୍ର କୁମାର ବସ୍ତିଆ, ଧ୍ରୁବଚରଣ ସାହୁ, ଭୂପେଶ ପ୍ରଧାନ, ରାଜକିଶୋର ମହାରଣା, ପ୍ରଦୀପ ଦେବତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe