ଅଲ୍‌ ଓଡ଼ିଶା ଓପନ୍ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଅଲ୍‌ ଓଡ଼ିଶା ଓପନ୍ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ବାଲେଶ୍ବର: ବାଲେଶ୍ବର ଷ୍ଟେସନ କ୍ଳବ୍‌ ଓ ଅଲ ଓଡ଼ିଶା ଓପନ ଚେସ୍‌ ମିଳିତ ସହଯୋଗରେ ଆୟୋଜିତ ଚେସ୍‌ ପ୍ରତିଯୋଗିତା ରବିବାର ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। କ୍ଲବର ସଭାପତି ଗିରିଜା ଶଙ୍କର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏକ୍ସସିର ସହକାରୀ ନିର୍ଦ୍ଦେଶକ କର୍ଣ୍ଣେଲ ସୁମନ ଦତ୍ତ ମୁଖ୍ୟଅତିଥି, ସଦର ବିଧାୟକ ସ୍ବରୂପ କୁମାର ଦାସ ଓ ‘ହରିପ୍ଲାଷ୍ଟ’ର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କ୍ଲବର ସଂପାଦକ ରଣଜିତ ବିହାରୀ ଦାଶ, ସହ ସଂପାଦକ ବିଷ୍ଣୁ ଖଣ୍ଡେଲୱାଲ, ଉପସଭାପତି ଯୋଗେଶ ମହାନ୍ତି, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ, ଜିଲ୍ଲା ଚେସ୍‌ ଏସୋସିଏସନର ସଂପାଦକ ମନୋରଂଜନ ପଣ୍ଡା, ସଭାପତି ଦେବାଶିଷ ଚକ୍ରବର୍ତ୍ତୀ ମଂଚାସୀନ ଥିଲେ।

ଶ୍ରୀନାଥ ଭୋଇ ଶେଷ ରାଉଣ୍ଡରେ ଜଳେଶ୍ବର ଅଶୋକ ଜାଜୁଙ୍କୁ ପରାଜିତ କରି ୬ ପଏଣ୍ଟ ସହ ଚମ୍ପିଆନ ହୋଇଥିଲେ। ଅମରେନ୍ଦ୍ର ଖମାରୀ, ଦେବୀପ୍ରସାଦ ନାୟକ, ସିଧେଶ କମିଳା ଓ ବିଶ୍ବହରି ସାହୁ ସାଢ଼େ ୫ ପଏଣ୍ଟ, ଅଶୋକ କୁମାର ଜାଜୁ, ଭବେଶ ବର୍ଦ୍ଧନ, ଇୟସ ସାବାଡିଆ, ରଣଜିତ ଭୋଇ ୫ ପଏଣ୍ଟ ପା‌ଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାକୁ ଆରବିଟର ଐଶ୍ବର୍ଯ୍ୟ ସେନାପତି ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe