ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ

Advertisment
ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ବାଲେଶ୍ବର: ବାଲେଶ୍ବର ଷ୍ଟେସନ୍‌ କ୍ଲବ୍‌ ପରିସରରେ  ଜିଲ୍ଲା ଚେସ୍‌ ଆସୋସିଏସନ୍‌ ଏବଂ ‌ଷ୍ଟେସନ୍‌ କ୍ଲବ୍‌ ମିଳିତ ସହଯୋଗରେ ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ଶୁଭାରମ୍ଭ ହୋଇଛି। କ୍ଲବ୍‌ର ସଭାପତି  ଗିରିଜା ଶଙ୍କର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ଉପସଭାପତି ଯୋଗେଶ ମହାନ୍ତି, ସଂପାଦକ ରଣଜିତ ବିହାରୀ ଦାଶ, ସହ ସଂପାଦକ ବିଷ୍ଣୁ ଖଣ୍ଡେଲୱାଲ, ଜିଲ୍ଲା ଚେସ୍‌ ଆସୋସିଏସନ୍‌ର ସଂପାଦକ ମନୋରଂଜନ ପଣ୍ଡା ଏବଂ ଜାତୀୟସ୍ତରର ବିଶିଷ୍ଟ ଖେଳାଳି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସହ ଉଭୟ କ୍ଲବ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ କଟକ, ଭୁବେଶ୍ବର, ବ୍ରହ୍ମପୁର, ଭଦ୍ରକ, ଯାଜପୁର, ମୟୂରଭଂଜ ତଥା ବାଲେଶ୍ବର ଜିଲ୍ଲାର ୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ତିନିଦିନ ଧରି ଚାଲିବ। ପ୍ରତ୍ୟେକ ଖେଳାଳି ୭ ରାଉଣ୍ଡ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇବେ। ଫାଇନାଲ୍‌ରେ ମୋଟ ୨୮ ଜଣ ସଫଳ ଖେଳାଳିଙ୍କୁ ୨୦ ହଜାର ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe