କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଘଟଣା: ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

Advertisment

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ

କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଘଟଣା: ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା ସୋମବାର ନିଜ ଓଢ଼ଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି। ଏହି ଘଟଣାକୁ ନେଇ ରାଜ୍ୟ ଜନତା ସରକାରଙ୍କ ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ଉଠାଇଥିବା ବେଳେ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅବିଭକ୍ତ କୋରାପୁଟ(ବର୍ତମାନର କୋରାପୁଟ, ରାୟଗଡ଼ା), ମାଲକାନଗିରି ଓ ନବରଙ୍ଗପୁରରେ ବୁଧବାର ବନ୍ଦ ଡାକରା ଦିଆଯାଇଛି। ସେହିଭଳି ବୁଧବାର ପ୍ରଦେଶ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ମଙ୍ଗଳବାର କହିଛନ୍ତି, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ବନ୍ଦକୁ ସଫଳ ରୂପେ ପାଳନ କରିବା ପାଇଁ ଦଳ, ମତ ନିର୍ବିଶେଷରେ ସମସ୍ତେ ଯୋଗଦେବା ଦରକାର ବୋଲି ସେ ଆହ୍ଵାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରସାଦ ଦାବି କରିଛନ୍ତି।

publive-image

ଏହି ଘଟଣା ତୀବ୍ର ରୂପ ଦେଖାଯାଇଛି। କୋରାପୁଟରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରୁ ଏକ ବିରୋଧ ପ୍ରଦର୍ଶନ ର‍୍ୟାଲି ନବୀନ ନିବାସ ଅଭିମୁଖେ ବାହାର ଥିଲା। ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଠାରେ କର୍ଡନ ଭାଙ୍ଗି ବିଜେପି ନେତା ଓ କର୍ମୀମାନେ ନବୀନ ନିବାସ ଘେରାଉ କରିବା ପାଇଁ ଯାଉଥିଲେ। ଏହି ର‍୍ୟାଲି ଶିଶୁଭବନ ଛକ ନିକଟରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଅଟକା ଯାଇଥିଲା। ଭାରତୀୟ ଜନତା ପାର୍ଟି କର୍ମୀମାନେ ପୁଲିସକୁ ନ ମାନି ନିବାସ ଆଡ଼କୁ ଯୋରଜବରଦସ୍ତି ଯିବାକୁ ଉଦ୍ୟମ ବେଳେ ପୁଲିସ କଡ଼ା ବିରୋଧ କରିବାରୁ ଧସ୍ତାଧସ୍ତି ହୋଇଥିଲା। ପରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲାଠିଚାର୍ଜ କରିଛି।

publive-image

ପୂର୍ବରୁ ମଙ୍ଗଳବାର ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ, କୁନ୍ଦୁଲି ପୀଡ଼ତାଙ୍କ ଆତ୍ମହତ୍ୟା ବିରୋଧରେ ବୁଧବାର କୋରପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସେ କହିଥିଲେ, ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଯୋଗୁଁ ୪ ମାସ ଧରି ପୀଡ଼ିତାଙ୍କୁ ନ୍ୟାୟ ମିଳି ପାରି ନାହିଁ। ଫଳରେ ସେ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି। ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ସାରା ଲୋକ କାନ୍ଦୁଥିବା ବେଳେ ଶବ ଉପରେ ଶ୍ରେଷ୍ଠ ଓ ଆଦର୍ଶ ପୁରସ୍କାରର ଉତ୍ସବ ପାଳନ କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe