ଭୁବନେଶ୍ୱର : ଘାଟିକିଆସ୍ଥିତ ଦୁର୍ଗାମଣ୍ଡପଠାରେ ରବିବାର ଦିନ ‘ଅଲ ଓଡ଼ିଶା ଭେଟେରାନ୍ ସୈନିକ ସଂଗଠନ’ର ଶୁଭାରମ୍ଭ ହୋଇଛି। ଅବସରପ୍ରାପ୍ତ ସେନା କର୍ମଚାରୀ ମହେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ ଜିଲ୍ଲାରୁ ଭେଟେରାନ ସୈନିକମାନେ ଯୋଗ ଦେଇଥିଲେ। ଜିଲ୍ଲା ସୈନ୍ୟ ବୋର୍ଡରେ କର୍ମଚାରୀ ଅଭାବରୁ ଅବସରପ୍ରାପ୍ତ ସୈନିକ ଓ ସହିଦ ସୈନିକମାନଙ୍କ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସଭାରେ ଆଲୋଚନା ହୋଇଥିଲା। ଏହି ଅବସରରେ ସଂଗଠନର ରାଜ୍ୟସ୍ତରୀୟ କର୍ମକର୍ତ୍ତାଙ୍କୁ ଚୟନ କରାଯାଇଥିଲା। ସଭାକୁ ଭେଟେରାନ ଉମେଶ କୁମାର ଚଇନି ପରିଚାଳନା କରିଥିଲେ। ଏହି ସଭାରେ ବିଭିନ୍ନ ଜିଲ୍ଲାର ବହୁ ଅବସରପ୍ରାପ୍ତ ସୈନିକ ଯୋଗ ଦେଇଥିଲେ।
‘ଅଲ ଓଡ଼ିଶା ଭେଟେରାନ୍ ସୈନିକ ସଂଗଠନ’ର ଶୁଭାରମ୍ଭ
Advertisment
Follow Us