ଏକାଠି ହେଲେ ସବୁ ଦଳ: ଆଦାନୀ ଜମି କିଣାବିକା ଦସ୍ତାବିଜ୍‌କୁ ନେଇ ଝଡ଼

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭଉରାମୁଣ୍ଡା ଗାଁରେ ଆଦାନି କମ୍ପାନି‌ ୧୮ ଏକର ଜମି କିଣିଛି। ଯାହାର ଦସ୍ତାବିଜ୍‌ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଜମିକିଣା ପ୍ରସଙ୍ଗ ଗଦ୍ଧମାର୍ଦ୍ଦନରୁ ଖଣି ଖନନ ପାଇଁ ପ୍ରାଥମିକ ପ୍ରସ୍ତୁତି ବୋଲି ଟିପ୍ପଣୀ ଆସୁଛି।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭଉରାମୁଣ୍ଡା ଗାଁରେ ଆଦାନି କମ୍ପାନି‌ ୧୮ ଏକର ଜମି କିଣିଛି। ଯାହାର ଦସ୍ତାବିଜ୍‌ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଜମିକିଣା ପ୍ରସଙ୍ଗ ଗଦ୍ଧମାର୍ଦ୍ଦନରୁ ଖଣି ଖନନ ପାଇଁ ପ୍ରାଥମିକ ପ୍ରସ୍ତୁତି ବୋଲି ଟିପ୍ପଣୀ ଆସୁଛି।

dgjjgdjgdgj

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭଉରାମୁଣ୍ଡା ଗାଁରେ ଆଦାନି କମ୍ପାନି‌ ୧୮ ଏକର ଜମି କିଣିଛି। ଯାହାର ଦସ୍ତାବିଜ୍‌ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଏହି ଜମିକିଣା ପ୍ରସଙ୍ଗ ଗଦ୍ଧମାର୍ଦ୍ଦନରୁ ଖଣି ଖନନ ପାଇଁ ପ୍ରାଥମିକ ପ୍ରସ୍ତୁତି ବୋଲି ଟିପ୍ପଣୀ ଆସୁଛି। ଗନ୍ଧମାର୍ଦ୍ଦନକୁ ସବୁ ଦୃଷ୍ଟିରୁ ସୁରକ୍ଷା ଦେବା ପାଇଁ ପୁନର୍ବାର ଆନ୍ଦୋଳନ କରିବାକୁ କିଛି ପରିବେଶପ୍ରେମୀ ସିଧା ଆହ୍ବାନ ଦେଲେଣି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାଙ୍କ ସ୍ବର ବି ମିଶିଛି। ଗନ୍ଧମାର୍ଦ୍ଦନକୁ କୌଣସି ହିସାବରେ କୌଣସି କମ୍ପାନି ହାତକୁ ଟେକି ଦିଆଯିବ ନାହିଁ କହି ଏଥିପାଇଁ ଦୁର୍ବାର ସଂଘର୍ଷ କରିବାକୁ ଆହ୍ବାନ ଦେଲେଣି।

ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏହି ପ୍ରସଙ୍ଗରେ ସରକାର ବିଧାନସଭାରେ ଉତ୍ତର ରଖନ୍ତୁ ବୋଲି କହିଛନ୍ତି। ଯଦି ଗନ୍ଧମାର୍ଦ୍ଦନରୁ ଖଣି ଖନନ ଯୋଜନା ରହିଛି, ତାହା ସରକାର ସ୍ପଷ୍ଟ କରିବା ଜରୁରି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ଥିବାରୁ ରାଜ୍ୟ ସରକାର ଏହା ଉପରେ ତୁରନ୍ତ ସ୍ପଷ୍ଟୀକରଣ ଦେବା ଜରୁରି ବୋଲି କଳିକେଶ କହିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ମଧ୍ୟ 
ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ସେ ପ୍ରତିକ୍ରିୟା ରଖି କହିଛନ୍ତି, ବଲାଙ୍ଗୀର ଜିଲ୍ଲାରେ ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ପ୍ରସଙ୍ଗରେ ଆଦାନି ଦ୍ୱାରା ଜମିକିଣା ଉଦ୍ଦେଶ୍ୟକୁ ନେଇ ହେଉଥିବା ଆଲୋଚନା ଏଯାଏଁ କୌଣସି ସ୍ପଷ୍ଟ ହୋଇନାହିଁ। କମ୍ପାନି ଦ୍ୱାରା ଅନ୍ୟ ଜିଲ୍ଲାରେ କରାଯାଉଥିବା ପ୍ରକଳ୍ପ ଦ୍ୱାରା କ୍ଷତି ହେଉଥିବା ପରିବେଶର କ୍ଷତିପୂରଣ ପାଇଁ ଖପ୍ରାଖୋଲରେ କିଣାଯାଇଥିବା ଉକ୍ତ ଜମିରେ ବନୀକରଣ କରିପାରେ। ଯଦି ଏହା ନହୋଇ ଗନ୍ଧମାର୍ଦ୍ଦନ ଉପରେ ସେମାନଙ୍କ ନଜର ପଡ଼େ ତେବେ କଂଗ୍ରେସ ଦଳ ନିଶ୍ଚିତ ଭାବରେ ଏହାର ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ କରିବ।

ସେପଟେ ବାଲ୍‌କୋ ଆନ୍ଦୋଳନର ଆଗଧାଡ଼ିର ନେତା ତଥା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କୌଣସି ହିସାବରେ ଗନ୍ଧମାର୍ଦ୍ଦନରୁ ଗୋଟିଏ ଇଞ୍ଚ ଜାଗା ଖନନ ପାଇଁ ଦିଆଯିବ ନାହିଁ ବୋଲି କହିଛନ୍ତି। ଗନ୍ଧମାର୍ଦ୍ଦନରୁ ଖନନକୁ ବିରୋଧ ଆଗରୁ ଥିଲା, ଏବେ ବି ରହିଛି ଏବଂ ଆଗକୁ ବି ରହିବ ବୋଲି ଶ୍ରୀ ପୁରୋହିତ ମତ ରଖିଛନ୍ତି। ପୂର୍ବତନ ସାଂସଦ ତଥା ବାଲ୍‌କୋ ଆନ୍ଦୋଳନରେ ସକ୍ରିୟ ନେତା ଭବାନୀ ଶଙ୍କର ହୋତା ମଧ୍ୟ କଡ଼ା ଚେତାବନୀ ଦେଇଛନ୍ତି। ୧୯୮୦ ମସିହାରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସହ ପଶ୍ଚିମ ଓଡ଼ିଶାରୁ କଂଗ୍ରେସ ଲୋପ ପାଇଥିଲା। ଏହି ଦଳ ଏଯାଏ ସଳଖି ପାରିନାହିଁ। ଯଦି ବିଜେପି ଆଦାନିକୁ ଗନ୍ଧମାର୍ଦ୍ଦନରୁ ଖଣି ଖନନ ଅନୁମତି ଦିଏ, ତେବେ କଂଗ୍ରେସ ଭଳି ସମାନ ଦଶା ଭୋଗିବ। ବିଜେପି ଏଭଳି ନିଷ୍ପତ୍ତି ନେବା ଆତ୍ମଘାତୀ ହେବ ବୋଲି ଶ୍ରୀ ହୋତା କହିଛନ୍ତି। ଅନ୍ୟପକ୍ଷରେ କୋଶଳବାଦୀ ନେତା ପ୍ରମୋଦ ମିଶ୍ର ରାଜ୍ୟ ସରକାର ଗନ୍ଧମାର୍ଦ୍ଦନ ସମ୍ପର୍କରେ ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe