ଘସିପୁରା ମୁକ୍ତି ସଂଗ୍ରାମ ପାଇଁ ସବୁ ଦଳ ଏକାଠି ହୋଇଛନ୍ତି: ସୌମ୍ୟରଂଜନ

Advertisment

ଖଲଣାରେ ବାଜିଲା ସୌମ୍ୟସେନାର ବିଗୁଲ,ପରିବର୍ତ୍ତନ ପାଇଁ ୬ ପଞ୍ଚାୟତର ନେତାଙ୍କ ଶପଥ

ଖଲଣାରେ ବାଜିଲା ସୌମ୍ୟସେନାର ବିଗୁଲ,ପରିବର୍ତ୍ତନ ପାଇଁ ୬ ପଞ୍ଚାୟତର ନେତାଙ୍କ ଶପଥ

ଘସିପୁରା ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମିଳିଲା ଅଟୋରିକ୍ସା ଚିହ୍ନ

ଆନନ୍ଦପୁର: ଘସିପୁରା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ସ୍ବାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂଗଠନ। ଘସିପୁରା ବ୍ଲକ୍‌ ଖଲଣା ନର୍ସରି ଆମ୍ବତୋଟ‌ାରେ ସୌମ୍ୟସେନା ଗଠନ ହେବା ସହ ଆଗାମୀ ନିର୍ବାଚନରେ ଘସିପୁରାରେ ପରିବର୍ତ୍ତନ ଆଣିବାକୁ ୬ଟି ପଞ୍ଚାୟତର ନେତାମାନେ ଆଜି ଶପଥ ନେଇଛନ୍ତି। ଘସିପୁରା ମୁକ୍ତି ସଂଗ୍ରାମ ପାଇଁ ଆଜି ସବୁଦଳ ଏକାଠି ହୋଇଥିବାରୁ ଏହାର ଉଦେଶ୍ୟ ସଫଳ ହେବାକୁ ଯାଉଛି ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ପୂର୍ବତନ ଘସିପୁରା ବ୍ଲକ୍‌ ବିଜେଡି ସଭାପତି ମନ୍ମଥ ରାଉତଙ୍କ ସଂଯୋଜନାରେ ଆୟୋଜିତ ସମାବେଶରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଘସିପୁରାକୁ ବଦ୍ରିନାରାୟଣ ପାତ୍ର ପରାଧୀନ କରି ରଖିଛନ୍ତି। ଏଭଳି ଅତ୍ୟାଚାର ବିରୋଧରେ ଜନ ଅସନ୍ତୋଷ ବ୍ୟାପିଲାଣି। ଲୋକେ ଏହାର ପ୍ରତିରୋଧ କରିବାକୁ ସଜାଗ ହେଲେଣି। ସତ୍ୟ, ନ୍ୟାୟ ଓ ଭାଇଚାରା ପ୍ରତିଷ୍ଠା ପାଇଁ ଘସିପୁରାରେ ଚାଲିଥିବା ମହାଭାରତ ଯୁଦ୍ଧର ବାର୍ତ୍ତା ସାରା ରାଜ୍ୟକୁ ଯିବ ବୋଲି ସେ କହିଥିଲେ। ସେ ଅନେକ ନିର୍ବାଚନ ଲଢ଼ିଛନ୍ତି ଓ ବହୁବାର ହାରିଛନ୍ତି। ଏଠାରେ ତାଙ୍କୁ ସମର୍ଥନ କରୁଥିବା ଘସିପୁରାବାସୀଙ୍କ ବିଜୟ ହେବ। ୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ସମୟରେ ହୋଇଥିବା ଶୋଭାଯାତ୍ରାକୁ ଅଭୂତପୂର୍ଣ୍ଣ ସମର୍ଥନ ମିଳିଥିଲା। ବୁଥ୍‌ସ୍ତରରେ ଲଢ଼େଇକୁ ଜୋରଦାର କରିବା ଓ ନିଜ ବୁଥ୍ ନିଜେ ଜଗିବାକୁ ସେ ପରାମର୍ଶ ଦେଇଥିଲେ। ଗଣତନ୍ତ୍ରକୁ ହତ୍ୟା କରି ବୁଥ୍ ରିଗିଂ କରୁଥିବା ପକେଟ୍‌ମାର୍‌ଙ୍କୁ ସାବାଡ଼ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ରିଗିଂ ହେଉଥିବା ସମସ୍ତ ବୁଥ୍‌ର ଦାୟିତ୍ବ ସେ ନିଜେ ନେବେ ବୋଲି କହିଥିଲେ। ଧନବଳ ଓ ସରକାରୀ କଳ ନଥିଲେ ମଧ୍ୟ ଘସିପୁରାବାସୀଙ୍କ ମନବଳ ଥିବାରୁ ଏହି ଯୁଦ୍ଧରେ ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚତୁର୍ଭୁଜ ନାୟକ, ବ୍ରଜବିହାରୀ ଜେନା, ଆଇନଜୀବୀ ରବୀନ୍ଦ୍ର ମାଝୀ, ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ନାୟକ, ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ଚକ୍ର, ପ୍ରଶାନ୍ତ ପାଲ, ପ୍ରଭାତୀ ପରିଡ଼ା, ବିଜେପି ଯୁବନେତା ଯଜ୍ଞପ୍ରସାଦ ସାହୁ, ଆକାଶ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ନିର୍ବାଚନମଣ୍ଡଳୀରେ ହିଂସା ସୃଷ୍ଟି କରୁଥିବା ଶକ୍ତିକୁ ବିଦା କରିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶରେ ଖଲଣା, ବାତୋ, ମଦନପୁର, ସାଇଁକୁଳ, ପଣ୍ଡୁଆ, ମଛାଳୋ ପଞ୍ଚାୟତର ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ଅପରାହ୍‌ଣ ୪ଟାବେଳେ ରାମଚନ୍ଦ୍ରପୁର ପଞ୍ଚାୟତ ଜରଦା ହିଙ୍ଗୁଳା ପଡ଼ିଆରେ ୭ଟି ପଞ୍ଚ‌ାୟତର ଜନସାଧାରଣଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ‌ଶ୍ରୀ ପଟ୍ଟନାୟକ ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ତାଙ୍କୁ ପକ୍ଷରୁ ଭବ୍ୟ ସ୍ବାଗତ କରିଥିଲେ। ସନ୍ଧ୍ୟାରେ ବାଲିପାଳ ହାଟପଡ଼ିଆରେ ଆୟୋଜିତ ସମାବେଶରେ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇ ଆଗାମୀ ଦିନରେ ଘସିପୁରାରେ ପରିବର୍ତ୍ତନ ସାରା ରାଜ୍ୟକୁ ରାସ୍ତା ଦେଖାଇବ ବୋଲି ମତବ୍ୟକ୍ତ କରିଥିଲେ। ବାଲିପାଳ ସଭାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe