ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାଚନ ନେଇ ଆୟୋଜିତ ସର୍ବଦଳୀୟ ବୈଠକ ଶେଷ: ବିଜେଡିର ସମର୍ଥନ, ବିଜେପିର ତିନିଟି ଦାବି

Advertisment

ଇଭିଏମ ମାଧ୍ୟମରେ ପୌର ନିର୍ବାଚନ

ଇଭିଏମ ମାଧ୍ୟମରେ ପୌର ନିର୍ବାଚନ

ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାଚନ ନେଇ ଆୟୋଜିତ ସର୍ବଦଳୀୟ ବୈଠକ ଶେଷ: ବିଜେଡିର ସମର୍ଥନ, ବିଜେପିର ତିନିଟି ଦାବି

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାଚନ ନେଇ ଆୟୋଜିତ ସର୍ବଦଳୀୟ ବୈଠକ ଶେଷ ହୋଇଛି। ବସିଛି ବୈଠକ। ରାଜ୍ୟର ତିନି ପ୍ରମୁଖ ଦଳ ସମେତ ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ଏହି ବୈଠକରେ ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। ଏହି ବୈଠକରେ ବିଜେଡି ପକ୍ଷରୁ ଦଳର ମୁଖପାତ୍ର ସୁଲତା ଦେଓ, ବିଜେପିର ମିଡିଆ ସଂଯୋଜକ ଦିଲ୍ଲୀପ ମଲିକ ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ଯୋଗ ଦେଇଥିଲେ।
ସର୍ବଦଳୀୟ ବୈଠକ ପରେ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ଭୋଟର ତାଲିକା ସଂଶୋଧନ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ରାଜନୈତିକ ଦଳମାନଙ୍କୁ ଅଧ୍ୟକ୍ଷ ଏବଂ ମେୟର ସିଧାସଳଖ ଭାବେ ନିର୍ବାଚନ ହେବ ବୋଲି ଅବଗତ କରାଇଛୁ। ଆଗାମୀ ନିର୍ବାଚନରେ କାଉନସିଲର ଏବଂ କର୍ପୋରେଟରମାନଙ୍କ ଭୋଟ ଗ୍ରହଣ ଇଭିଏମ ମାଧ୍ୟମରେ ପୌର ନିର୍ବାଚନ ହେବ। ପ୍ରତି ବୁଥକୁ ଦୁଇଟି ଲେଖାଏଁ ଇଭିଏମ ଯୋଗାଇ ଦିଆଯିବ। ନିର୍ବାଚନ ଖର୍ଚ୍ଚ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତାବ ଅନୁଯାୟୀ ହେବ। ପ୍ରାର୍ଥୀମାନେ ସତ୍ୟପାଠ ଦେବା ବାଧ୍ୟତାମୂଳକ। ନୂଆ କରି ଶପଥପତ୍ର ବାଧ୍ୟତାମୂଳକ କରାଯାଇଛି। ପ୍ରାର୍ଥୀମାନେ ଶପଥ ପତ୍ର ନଦେଲେ ସେମାନଙ୍କର ପ୍ରାର୍ଥୀପତ୍ର ନାକଚ ହେବ।

publive-image News 18

ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ତିନିଟି ଦାବି ଉପସ୍ଥାପିତ ହୋଇଛି। ଭୋଟର ତାଲିକା ତ୍ରୁଟି ନେଇ ଆପତ୍ତି ଅଭିଯୋଗ ସମୟକୁ ୬ ଦିନ ବଦଳରେ ୧୦ ଦିନ କରାଯିବା, ଆପତ୍ତି ଅଭିଯୋଗର ଶୁଣାଣି ଏକ ଦିନ ବଦଳରେ ୩ ଦିନ କରାଯିବା, ଦଳୀୟ ନେତା ଓ ପ୍ରାର୍ଥୀମାନଙ୍କ ଭିତରେ ଦ୍ଵନ୍ଦ୍ବ ସୃଷ୍ଟି ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେବାକୁ ଦାବି କରିଛି ବିଜେପି।
ଏଣେ ପଞ୍ଚାୟତ ନିର୍ବାଚନ ଜାରି ରହିଥିବା ହେତୁ ସର୍ବଦଳୀୟ ବୈଠକ ଆଗକୁ ଘୁଞ୍ଚାଇବାକୁ ଓ ଭୋଟର ତାଲିକା ସଂଶୋଧନ ପଞ୍ଚାୟତ ନିର୍ବାଚନ ପରେ କରାଯିବାକୁ କଂଗ୍ରେସ ଦାବି କରିଛି।
ବିଜେଡି କିନ୍ତୁ ନିର୍ବାଚନ ଆୟୋଗଙ୍କ ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନ କରିଛି। ପୌର ନିର୍ବାଚନ ଖରାଦିନ ହେଉଥିବାରୁ କୋଭିଡ ନିୟମ ସହିତ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe