୧୦ରେ ସର୍ବଦଳୀୟ ବୈଠକ: ପୌର ନିର୍ବାଚନ ଲାଗି ରାଜନୈତିକ ଦଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିସନ

Advertisment
ଆଜିଠୁ ହଟିଲା ଆଦର୍ଶ ଆଚରଣ ବିଧି: ରାଜ୍ୟପାଳଙ୍କୁ ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ପ୍ରଦାନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର: ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିସନ ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଲାଗି ୧୦ ତାରିଖ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି ଅନୁମତି ଦିଆଯାଇଥିବା ଜଣାଯାଇଛି।

ଏଣେ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣାକୁ କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ। ଏନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପାଢ଼ୀ ସୂଚନା ଦେଇ କହିଛନ୍ତି, ଏଣିକି ୨୦ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ। ପୂର୍ବରୁ ମାତ୍ର ୫ ଜଣଙ୍କୁ ସାଙ୍ଗରେ ନେଇ ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବା ନେଇ କଟକଣା ଥିଲା।
ଠିକ୍ ସେହିପରି ୩ଶହ ଲୋକଙ୍କୁ ନେଇ ରାଜନୈତିକ ସଭା କରାଯାଇ ପାରିବ। କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା ଓ ବାଇକ ରାଲି ଉପରେ କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ତେବେ ପ୍ରଚାର ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଭଳି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୂର୍ବଭଳି କଟକଣା ଜାରି ରହିବ। ଆଜି ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆଦିତ୍ୟ ପାଢ଼ୀ।

ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ସୂଚନା ଅନୁଯାୟୀ  ୮୦ରୁ ୯୦ ପ୍ରତିଶତ ପୋଲିଙ୍ଗ କର୍ମଚାରୀଙ୍କୁ ପ୍ରିକସନ ଡୋଜ ଦିଆଗଲାଣି। ଆଉ ଦୁଇ ନିତି ଦିନ ଭିତରେ ଅବଶିଷ୍ଟ ଡୋଜ ଦିଆଯିବ। ପୋଲିଙ୍ଗ କର୍ମଚାରୀଙ୍କ ଟ୍ରେନିଂ ସାରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ପ୍ରତ୍ୟେକ ରାଜନୈତିକ ଦଳଙ୍କୁ ପୌର ନିର୍ବାଚନ ପାଇଁ ୧୦ ତାରିଖରେ ଡ୍ରାଫ୍ଟ ଲିଷ୍ଟ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe