ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ; ସହଯୋଗ ଲୋଡ଼ିଲେ ବାଚସ୍ପତି

Advertisment
ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ; ସହଯୋଗ ଲୋଡ଼ିଲେ ବାଚସ୍ପତି

ଭୁବନେଶ୍ବର: ଆସନ୍ତାକାଲି ( ୫ ଫେବ୍ରୁଆରି ୨୦୨୩) ଠାରୁ ଷୋଡଶ ବିଧାନସଭାର ଅନ୍ତିମ ଅଧିବେଶନ ଆରମ୍ଭ ହେବ। ବିଧାନସଭାର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପୂର୍ବରୁ ରବିବାର ସନ୍ଧ୍ୟାରେ ବିଧାନସଭାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ବାଚସ୍ପତି ପ୍ରମିଳା ମଲ୍ଲିକ ଅଧ୍ୟକ୍ଷତା କରିଛନ୍ତି।

ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକରେ ବିଧାନସଭାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ନେଇ ଚର୍ଚ୍ଚା ହୋଇଛି। ବାଚସ୍ପତି ଶ୍ରୀମତୀ ମଲ୍ଲିକ ସହଯୋଗ ଲୋଡ଼ିଛନ୍ତି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ ଆସନ୍ତା ୮ ତାରିଖ ଦିନ ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କାମଚଳା ବଜେଟ ଆଗତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe