ନବମ ଓ ଏକାଦଶରେ ସମସ୍ତେ ପାସ୍‌: ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ଦେବାକୁ ଅନୁମତି

Advertisment
୩୦ରୁ ଅଫ୍‌ଲାଇନ୍‌ ମାଟ୍ରିକ ପରୀକ୍ଷା, ଅନ୍‌ଲାଇନ୍‌ ଫର୍ମ ପୂରଣ ୫ ତାରିଖରୁ

image source-sambad english

ଭୁବନେଶ୍ବର: ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ଦେଇପାରିବେ। ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ସମସ୍ତ ପିଲାଙ୍କ ଲାଗି ଏହି ନିୟମ ପ୍ରଯୁଜ୍ୟ ହେବ। ଏଥିସହ ୨୦୧୯-୨୦ ଶିକ୍ଷାବର୍ଷରେ ରାଜ୍ୟରେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଦେଇପାରିବେ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍‌ ପାଇଁ ୨୦୨୦ ମାର୍ଚ୍ଚଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେଣୁ ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇପାରି ନ ଥିଲା। ପରବର୍ତୀ ସମୟରେ ୨୦୨୧ ଜାନୁଆରିରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପରୀକ୍ଷା ଲାଗି ପିଲାଙ୍କୁ ପ୍ରସ୍ତୁତ କରିବାକୁ କୋଭିଡ୍‌-୧୯ ନିୟମାବଳି ପାଳନ କରାଯାଇ ସ୍କୁଲ ‌ଖୋଲିଛି। ମେ’ ମାସରେ ଦଶମ ‌ଶ୍ରେଣୀ ପରୀକ୍ଷା ଥିବାରୁ ପିଲାମାନେ ଏଥିପାଇଁ ପ୍ରସ୍ତୁତି ହେଉଛନ୍ତି। ଏଭଳି ସମୟରେ ସେମାନଙ୍କ ମାନସିକ ଚାପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପିଲାଙ୍କ ଆବଶ୍ୟକତାକୁ ଭିତ୍ତିକରି ସେମାନଙ୍କ ଦ୍ବନ୍ଦ୍ବ ଦୂର ପାଇଁ ସ୍ବତନ୍ତ୍ର କ୍ଲାସ ମଧ୍ୟ ବିଦ୍ୟାଳୟସ୍ତରରେ କରାଯିବ।

ସୂଚନାଯୋଗ୍ୟ ଯେ ୯ମ ଶ୍ରେଣୀରେ ଭଲ ମାର୍କ ରଖି ନ ଥିବା କେତେଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ଦେବାକୁ ବାରଣ କରିଥିଲେ। ଫର୍ମ ପୂରଣ କରିବାକୁ ସୁଯୋଗ ‌ଦେଇ ନ ଥିଲେ। ବିଶେଷକରି ଭୁବନେଶ୍ବର ଆଇଆରସି ଭିଲେଜ୍‌ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହାକୁ ନେଇ ତମ୍ଭିତୋଫାନ ହୋଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ ସ୍କୁଲ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସିରହିବା ପରେ କର୍ତୃପକ୍ଷ ନିଷ୍ପତ୍ତି ବଦଳାଇଥିଲେ। ସମସ୍ତ ପିଲା ପରୀକ୍ଷା ଦେବେ ବୋଲି ଘୋଷଣା ହୋଇଥିଲା। ରାଜ୍ୟର ଆଉ କେତେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଉପୁଜିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe