ପାଗ ଖରାପ ହେତୁ ଝାରସୁଗୁଡା ବିମାନବନ୍ଦରକୁ ସମସ୍ତ ବିମାନର ଉଡାଣ ଓ ଅବତରଣ ବାତିଲ୍‌

କଳିଙ୍ଗ ହସ୍ପିଟାଲ୍‌କୁ ନେଇ ଉଦ୍‌ବେଗ

ଝାରସୁଗୁଡା: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ସହିତ ପାଗ ବି କୋହଲା ରହିଛି। ପାଗ ଖରାପ କାରଣରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିବାକୁ ଥିବା ଓ ଅବତରଣ କରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରି ଦିଆଯାଇଛି।

ଅନ୍ୟପଟେ ଏହି ବର୍ଷା ପ୍ରଭାବ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ କୌଣସି ପକାଇ ନାହିଁ। ଏହି ବିମାନବନ୍ଦରରୁ ସମସ୍ତ ବିମାନ ଉଡାଣ ଓ ଅବତରଣ ପୂର୍ବ ଭଳି ସ୍ୱାଭାବିକ ରହିଛି। ପାଗ ଖରାପ ପାଇଁ କୌଣସି ବିମାନକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବାତିଲ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe