ମହିଳା କମିସନରେ ସମସ୍ତ ୬ଟି ସଦସ୍ୟ ପଦ ଖାଲି; ହାଇକୋର୍ଟଙ୍କ ଜବାବ ତଲବ

Advertisment
ରାଜ୍ୟ ଖାଦ୍ୟ ଆୟୋଗରେ ଅଧ୍ୟକ୍ଷ ପଦ ଖାଲି ନେଇ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

Live Law

କଟକ : ରାଜ୍ୟ ମହିଳା କମିସନରେ ସମସ୍ତ ୬ଟି ସଦସ୍ୟ ପଦ ଖାଲି ପଡ଼ିଛି। ଅନ୍ୟପକ୍ଷରେ ମହିଳା କମିସନରେ ଫେବ୍ରୁଆରି ଶେଷ ସୁଦ୍ଧା ୫ ହଜାର ୬୧୨ ମାମଲା ବିଚାରାଧୀନ ରହିଛି। କେବଳ ଅଧ୍ୟକ୍ଷାଙ୍କୁ ନେଇ ମହିଳା କମିସନ ଚାଲିଛି। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ରାଜ୍ୟ ମୁଖ୍ୟ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ, ମହିଳା କମିସନ କନଭେନର ସେକ୍ରେଟାରିଙ୍କୁ ନୋଟିସ୍ ଜାରି କରିଛନ୍ତି।

ସଦସ୍ୟ ପଦ ପୂରଣ ପ୍ରସଂଗରେ ମେ ୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଖାଲି ପଡ଼ିଥିବା ସମସ୍ତ ସଦସ୍ୟ ପଦ ପୂରଣ ପ୍ରସଂଗରେ ସରକାର ପଦକ୍ଷେପ ଗ୍ରହଣ କରି‌େବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ମେ ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe