ଗତକାଲିର ସମସ୍ତ କରୋନା ନମୁନା ଟେଷ୍ଟ ନେଗେଟିଭ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

Advertisment
ଚୀନ୍‌ ପଠାଇଲା ୬ ଲକ୍ଷ ୫୦ହଜାର ପିପିଇ କିଟ୍‌

MSN.com

ଭୁବନେଶ୍ବର: ଗତକାଲିର ସମସ୍ତ କରୋନା ନମୁନା ଟେଷ୍ଟ ନେଗେଟିଭ୍ ଆସିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଗତକାଲି ମୋଟ୍ ୮୪୩ଟି ନମୂନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ବି ପଜିଟିଭ୍ ଆସି ନ ଥିବା ରାଜ୍ୟବାସୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ଆଣିଦେଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭୫୭୭ ଟି ନମୁନା ପରୀକ୍ଷା ହେଲାଣି ।

ଅପରପକ୍ଷରେ ରାଜ୍ୟରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ତିନିଜଣଙ୍କୁ ବାଦ୍ ଦେଲେ ଅନ୍ୟମାନଙ୍କ ଅବସ୍ଥା ଭଲ ଅଛି ଏବଂ ସେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ,ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୯ଜଣ ସୁସ୍ଥ ହୋଇସାରିଲେଣି। ତେବେ ସର୍ବାଧିକ ସଂଖ୍ୟକ ବ୍ୟକ୍ତି ଖୋର୍ଧା ଜିଲ୍ଲାରୁ ହିଁ ସୁସ୍ଥ ହୋଇଛନ୍ତି। ଖୋର୍ଧା ଜିଲ୍ଲାରୁ ଏବେ ୧୨ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୪ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁସ୍ଥ ହୋଇସାରିଛନ୍ତି। ତେବେ ଯାଜପୁର, କଳାହାଣ୍ଡିର ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ରାପଡ଼ାର ୨ଜଣ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକର ୩ଜଣରୁ ୨ଜଣ ସୁସ୍ଥ ଓ ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳର ଜଣେ ଚିକିତ୍ସିତ ହେଉଥିବା ବେଳେ ଓ ସୁନ୍ଦରଗଡ଼ର ୨ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି।

ଏଣେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୩୭ରେ ପହଞ୍ଚିଲା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୮୭ ଛୁଇଁଲା । ଏଥିରେ ୧୧,୨୦୧ ଜଣ ଚିକିତ୍ସିତ ହୋଇଥିବା ବେଳେ ୧୭୪୮ ଜଣ ସୁସ୍ଥ ହେଲେଣି ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe