୨୦୨୨ ସୁଦ୍ଧା ସବୁ ୱାଗନ୍‌କୁ ଆରଏଫ୍‌ଆଇଡି ଟ୍ୟାଗ୍‌

Advertisment

ଏବେ ସୁଦ୍ଧା ୨୩ ହଜାର ୱାଗନରେ ଆରଏଫ୍‌ଆଇଡି ବ୍ୟବସ୍ଥା

ଏବେ ସୁଦ୍ଧା ୨୩ ହଜାର ୱାଗନରେ ଆରଏଫ୍‌ଆଇଡି ବ୍ୟବସ୍ଥା

୨୦୨୨ ସୁଦ୍ଧା ସବୁ ୱାଗନ୍‌କୁ ଆରଏଫ୍‌ଆଇଡି ଟ୍ୟାଗ୍‌

India Rail Info

ଭୁବନେଶ୍ୱର : ୨୦୨୨ ଡିସେମ୍ବର ସୁଦ୍ଧା ଭାରତୀୟ ରେଳପଥ ଦେଶର ସବୁ ରେଳ ୱାଗନକୁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ(ଆରଏଫ୍‌ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମୟ ସୁଦ୍ଧା ସବୁ ରେଳ ୱାଗନ୍‌ରେ ରେଡିଓ ଫ୍ରିକ୍ୱେନ୍ସି ବ୍ୟବସ୍ଥା ଖଞ୍ଜାଯାଇ ସହଜରେ ଏହାର ସ୍ଥିତି ନିର୍ଦ୍ଧାରଣ କରିହେବ। ରେଳପଥର ଏକ ବିରାଟ ଓ ବ୍ୟାପକ ବ୍ୟବସ୍ଥାରେ କେଉଁ ୱାଗନ କେଉଁଠି ରହିଲା, ତାହାକୁ ଠାବ କରିବାରେ ଏହି ପଦ୍ଧତି ବିଶେଷ ସହାୟକ ହେବ। ଏବେ ସୁଦ୍ଧା ୨୩ ହଜାର ୱାଗନ ଆରଏଫ୍‌ଆଇଡି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି। ଏବେ ଏହି କାର୍ଯ୍ୟ ଜାରି ରହିଥିଲେ ମଧ୍ୟ କରୋନା ଯୋଗୁଁ କାମ ଶିଥିଳ ହୋଇପଡ଼ିଛି। ୨୦୨୨ ସୁଦ୍ଧା ଦେଶର ସବୁ ରେଳ ୱାଗନ୍‌ରେ ଆରଏଫ୍‌ଆଇଡି ଲଗାଯାଇ ତାକୁ ଟ୍ୟାଗିଂ କରାଯିବ।

ବର୍ତମାନ ସମୟରେ ୱାଗନ୍‌ ଚିହ୍ନଟ ଓ ଗଣତି କାର୍ଯ୍ୟ ଲୋକଙ୍କ ଦ୍ୱାରା କରାଯାଉଛି। ତେଣୁ ଭୁଲ୍‌ ହେବାର ସମ୍ଭାବନା ରହିଛି। ଆରଏଫ୍‌ଆଇଡି ବ୍ୟବସ୍ଥା ଉପଯୋଗ କରାଗଲେ ପ୍ରତ୍ୟେକ ୱାଗନ, ଇଞ୍ଜିନ୍‌, କୋଚ୍‌ କେଉଁଠି କିଭଳି ଅବସ୍ଥାରେ ଅଛି, ତାହା ନିର୍ଭୁଲ ଭାବେ ଜଣାପଡ଼ିବ। ଇଞ୍ଜିନ୍‌ଗୁଡ଼ିକରେ ମଧ୍ୟ ଆରଏଫ୍‌ଆଇଡି ଟ୍ୟାଗ୍ ଲଗାଯିବ। ବିଭିନ୍ନ ଷ୍ଟେସନ୍‌ ଓ ରେଳପଥ ପାର୍ଶ୍ବରେ ଟ୍ରାକ୍‌ସାଇଡ୍‌ ରିଡର୍‌ ଲଗାଯିବ। ଏହି ରିଡ୍‌ର ଦୁଇ ମିଟର ଦୂରରୁ ଇଞ୍ଜିନ, ଡବା ଓ କୋଚ୍‌ରେ ଖଞ୍ଜା ଯାଇଥିବା ଟ୍ୟାଗ୍‌ରୁ ତଥ୍ୟ ସଂଗ୍ରହ କରି ତାହାକୁ କେନ୍ଦ୍ରୀୟ କମ୍ପ୍ୟୁଟର୍‌କୁ ପଠାଇବ। ଫଳରେ ସବୁ ଚଳନଶୀଳ ଟ୍ରେନ୍‌ର ଇଞ୍ଜିନ ଓ ବଗିର ଗତିବିଧିକୁ ମଧ୍ୟ ଠାବ କରାଯାଇପାରିବ। ଆରଏଫ୍‌ଆଇଡିର ପ୍ରଚଳନ ପରେ ୱାଗନ୍‌, ଇଞ୍ଜିନ ଓ କୋଚ୍‌ର ବାସ୍ତବ ସଂଖ୍ୟା, ସେସବୁ ଅଭାବ, ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକୁ ଠିକ୍‌ ଭାବେ ଅନୁଧ୍ୟାନ କରି ସମାଧାନ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe