ଅଞ୍ଜନାଙ୍କୁ କ୍ଷୁବ୍ଧକଲା କଞ୍ଚାଲଙ୍କାର ‘ବାରଙ୍ଗ ୧୯୯୯’ ପୋଷ୍ଟର, କିଭଳି ଜାଣନ୍ତୁ

ଅଞ୍ଜନାଙ୍କୁ କ୍ଷୁବ୍ଧକଲା କଞ୍ଚାଲଙ୍କାର ‘ବାରଙ୍ଗ ୧୯୯୯’ ପୋଷ୍ଟର, କିଭଳି ଜାଣନ୍ତୁ

ଭୁବନେଶ୍ୱର: ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’ର ପୋଷ୍ଟର । ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପକ୍ଷରୁ ରିଲିଜ ହୋଇଥିବା ଏହି ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି | ନିର୍ମାଣାଧୀନ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ ୧୯୯୯’କୁ ନେଇ ଆପତ୍ତି ଉଠାଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ରିଲିଜ ପରେ ନୂଆ ବିବାଦ ଆରମ୍ଭ ହୋଇଛି । ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଅପଲୋଡ କରିଛନ୍ତି । ପୋଷ୍ଟରରେ ଫିଲ୍ମର ନାଁ ‘ବାରଙ୍ଗ ୧୯୯୯’ ହୋଇଥିବା ବେଳେ ଟ୍ୟାଗ ଲାଇନରେ ଲେଖା ଅଛି, ଜଣେ ମହିଳାର ଲଢେଇ ଓଡିଶା ରାଜନୀତିକୁ ପରିବର୍ତନ କରିଛି । ଏହା ପରୋକ୍ଷରେ ଅଞ୍ଜନା ମିଶ୍ରଙ୍କୁ ଇଙ୍ଗିତ କରୁଥିବାରୁ ଫିଲ୍ମର ନିର୍ମାଣକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।

ଚଳଚ୍ଚିତ୍ରକୁ ନେଇ ଅଞ୍ଜନା ମିଶ୍ର କହିଛନ୍ତି ଯେ ମୋର ଅନୁମତି ବିନା କିଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି ? ମୋ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଖବର ମତେ ବ୍ୟଥିତ କରିଛି। ମୋ ବିନା ଅନୁମତିରେ କିଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଜନା। ଚଳଚ୍ଚିତ୍ର ନିର୍ମାଣ ନକରିବାକୁ ଚେତାଇ ଦଉଛି। ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଅଞ୍ଜନା ମିଶ୍ର। ଆଉ ଏହି ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି ଯେ "ବାରଙ୍ଗ ୧୯୯୯" ଚଳଚ୍ଚିତ୍ର ରେ କାହାକୁ ଆକ୍ଷେପ କରାଯାଇ ନାହିଁ। ଏହା ସତ୍ୟ ଘଟଣା ଉପରେ ଆଧାରିତ। ଚଳଚ୍ଚିତ୍ର ନିର୍ମାଣ ଚାଲିଛି। ଅଡିସନ୍ ବି ସରିନାହିଁ। ଅଭିଯୋଗ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଚଳଚ୍ଚିତ୍ର ନିର୍ମାଣ ହେବା ପରେ ଦେଖିବାକୁ ଅନୁରୋଧ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଭଲ ବିଷୟବସ୍ତୁକୁ ନେଇ କାହାଣୀ କରାଯାଉଥିବା ସେ କହିଛନ୍ତି । ତେବେ ୨୦୨୩ ମାର୍ଚ୍ଚ ସୁଦ୍ଧା 'କଞ୍ଚାଲଙ୍କା' ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ ବୋଲି ଅକ୍ଷୟ ପରିଜା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe