ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

Advertisment
ଦିଗପହଣ୍ଡି : କପି ରୋକିବାରୁ ଭଙ୍ଗାରୁଜା କଲେ ଛାତ୍ର

The Leaders Online

ବାହାନଗା/ଗୋପାଳପୁର: ଜଣେ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ନୂଆପୁର ପଞ୍ଚାୟତର ସରପଞ୍ଚ ଅଟଳବିହାରୀ ରାଉତ ରବିବାର ରାତି ୯ଟାରେ ସହଯୋଗୀଙ୍କ ସହ ଏକ ଭୋଜି ଖାଇ ଫେରୁଥିଲେ। ଏତିକିବେଳେ ରାସ୍ତାରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସହଯୋଗୀ ଓ ସ୍ଥାନୀୟ ଲୋକ ଅଟଳବିହାରୀଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଗୋପାଳପୁର ଫାଣ୍ଡି ପୁଲିସ ସହ ଖନ୍ତାପଡ଼ା ଥାନା ଅଧିକାରୀ ବିମଳ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ଗୋପାଳପୁର ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ତେବେ ଜିଲ୍ଲା ପରିଷଦ ସଦସ୍ୟ ନୀଳାମ୍ବର ମହାଳିକଙ୍କ ଉପସ୍ଥିତିରେ କୁଆପଦା ଗ୍ରାମର ନଟବର ମହାଳିକଙ୍କ ପୁଅ ଉମେଶ ମହାଳିକ ଏବଂ ତାଙ୍କର କିଛି ସହଯୋଗୀ ଆକ୍ରମଣ କରିଥିବା ସରପଞ୍ଚ ଶ୍ରୀ ରାଉତ ନିଜ ବୟାନରେ କହିଛନ୍ତି। ସୂଚନାଯୋଗ୍ୟ; ଦୁଇଦିନ ତଳେ ପଞ୍ଚାୟତ ଅଧୀନ କୁଆପଦା ଗ୍ରାମର ଗଣେଶ ପୂଜା ଭସାଣିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ହୋଇଥିଲା। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ପକ୍ଷଭୁକ୍ତ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe