ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

Advertisment
ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

ପାଟଣାଗଡ଼: ପାଟଣାଗଡ଼ ବ୍ଲକ୍‌ ଖୁଣ୍ଟସମଲେଇ ପଞ୍ଚାୟତ କାର୍ଯ୍ୟାଳୟଠାରେ ସୋମବାର ଜିଲ୍ଲା ପ୍ରାଶାସନର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ଶିବିରରେ ବିଭିନ୍ନ ଗ୍ରାମରୁ ଆସିଥିବା ସମୁଦାୟ ୧୦୮ଟି ଅଭିଯୋଗର ଶୁଣାଣି କରିଥିଲେ।

୧୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ଅବସରରେ ଖୁଣ୍ଟସମଲେଇ ହାଇସ୍କୁଲ ପରିସରରେ ବିଭିନ୍ନ ବିଭାଗର ମେଳା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଏହାକୁ ପରିଦର୍ଶନ କରିବା ସହିତ ମିସନଶକ୍ତି ଯୋଜନାରେ ୬ଟି ଏସ୍‌ଏଚ୍‌ଜିକୁ ୩୪ ଲକ୍ଷ ୬୦ ହଜାର ଟଙ୍କା ଋଣ ଦେଇଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe