ଜଗତସିଂହପୁରରେ ବର୍ଷର ପ୍ରଥମ ଅଂଶୁଘାତ ଅଭିଯୋଗ: ବିଲରୁ ମୁଗ ଉପାଡ଼ି ଆସି ଟଳି ପଡ଼ିଲେ

Advertisment
ସର୍ପାଘାତରେ ନାବାଳିକା ମୃତ

ଜଗତସିଂହପୁର ଟାଉନ୍ : ଚଳିତ ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ ଜଗତସିଂହପୁରରେ ଘଟିଥିବା ଅଭିଯୋଗ ହୋଇଛି। ସୋମବାର ସକାଳେ ବିଲରେ ମୁଗ ଉପାଡିବା ପରେ ଦିନ ସାଢ଼େ ୧୦ଟାରେ ଘରକୁ ଫେରି ଜଣେ ବ୍ୟକ୍ତି ଟଳି ପଡିଛନ୍ତି। ପରିବାର ଲୋକ ତାଙ୍କୁ ଅଚେତ ଅବସ୍ଥାରେ ଧରି ହସ୍ପିଟାଲକୁ ଆସିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତକ ହେଲେ ଜଗତସିଂହପୁର ଥାନା ଅନ୍ତର୍ଗତ ତୁମ୍ବା ପଞ୍ଚାୟତ ମହିରା ଗାଁର ସୁବାସ ଚନ୍ଦ୍ର ମହାରଣା(୫୪)। ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଏଡିଏମ୍ଓ ନିମାଇଁ ଚରଣ ନାୟକ କହିଛନ୍ତି।

ପରିବାର ଲୋକ କହିବା ଅନୁଯାୟୀ ସୁବାସ ସୋମବାର ଦିନ ବିଲରୁ ଘରକୁ ଫେରି ଗାଈଙ୍କୁ ଖାଇବାକୁ ଦେବା ପରେ ନିଜେ ଖାଇଲେ। କିନ୍ତୁ ହଠାତ ମୁଣ୍ଡ ବୁଲାଉଛି ବୋଲି ଘର ଲୋକଙ୍କୁ କହିଥିଲେ। ସେହି ସମୟରେ ପ୍ରବଳ ଖରା ହେଉଥିଲା। ବିଦ୍ୟୁତ କାଟ ହୋଇ ଥିବାରୁ ଫ୍ୟାନ ବି ବୁଲୁ ନଥିଲା। କିଛି ସମୟ ଭିତରେ ସୁବାସ ଅଚେତ ହୋଇ ପଡ଼ିଥିଲେ। ଆମ୍ବୁଲାନ୍ସ ବିଳମ୍ବ ହେବ ଜାଣି ପରିବାର ଲୋକ ସୁବାସଙ୍କୁ ତୁରନ୍ତ ଅଟୋରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଜଗତସିଂହପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe