ଭୁଲ ଇଂଜେକସନ ଯୋଗୁ ବାଳିକାର ମୃତ୍ୟୁ ଅଭିଯୋଗ, ଥାନା ଘେରାଉ

ଭୁଲ ଇଂଜେକସନ ଯୋଗୁ ବାଳିକାର ମୃତ୍ୟୁ ଅଭିଯୋଗ, ଥାନା ଘେରାଉ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ର ୬ ବର୍ଷ ର  ତୁଳସୀ ମହାନନ୍ଦର ମୃତ୍ୟୁ ଭୁଲ ଇଂଜେକସନ ଯୋଗୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ତୁଳସୀର ମା ପିଙ୍କି ମହାନନ୍ଦ।  ବିଳମ୍ବିତ ରାତ୍ରିରେ  ତୁଳସୀର ଶବ ଥାନା ଆଗରେ ରଖି ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମ ବାସୀ। ଏନେଇ ସେମାନେ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ  ଚିକିତ୍ସା କରିଥିବା ଡାକ୍ତର  ସରୋଜ ପ୍ରଧାନ ଙ୍କ  ନାମରେ ଦେଇ ଛନ୍ତି। ସେ ତାଙ୍କ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି।

ତୁଳସୀ ର ମୁହଁ ଓ ବେକରେ କିଛି ଫଳିଯିବାରୁ ତାକୁ ଚିକିତ୍ସା ପାଇଁ ଗାନ୍ଧୀ ଛକ ରେ ଥିବା ଏକ ଘରୋଇ କ୍ଲିନିକ କୁ ନେଇଥିଲେ।ସେଠାରେ ଡାକ୍ତର ସରୋଜ ପ୍ରଧାନ   ଦେଖି  ଏକ ଇଂଜେକସନ ଦେଇଥିଲେ।ଇଂଜେକସନ ନେବାପରେ ତୁଳସୀ ସଂଜ୍ଞାହୀନ ହୋଇପଡିଥି ଲା।ଶେଷରେ ଉପାୟ ନପାଇ  ଡାକ୍ତର ସରୋଜ ନିଜ କ୍ଲିନିଙ୍ଗି ଷ୍ଟାଫ ଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆ ପଠାଇ ଦେଇଥିଲା।ସେଠାରେ ଡାକ୍ତର ପରୀକ୍ଷା କରି  ଅବସ୍ଥା ଜଟିଳ ଥିବା ଜାଣିପାରି  ଝାରସୁଗୁଡା ପଠାଇ ଦେଇଥିଲେ।ଝାରସୁଗୁଡା ରେ ଏକ ଘରୋଇ କ୍ଲିନିଙ୍ଗ ରେ ଚିକିତ୍ସା ଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।  ଶବ ବ୍ରଜରାଜନଗର ପହଁଚିବା ପରେ ଗ୍ରାମବାସୀ ମାନେ  ବ୍ରଜରାଜନଗର ଥାନାରେ ରାତି  ସାଢ଼େ ୯ପହଞ୍ଚି ଧାରଣାରେ ବସିଛନ୍ତି।ଏଥିରେ କାଉନ୍ସିଲର  ମମତା ନାୟକ,ପୂର୍ବ କାଉନ୍ସିଲର ତ୍ରିଲୋଚନ ଜାଲ, ଧ୍ରୁବ ମହାନନ୍ଦ ସମେତ ୧୦୦ ରୁ ଉର୍ଦ୍ଧ  ନ୍ୟାୟ ପାଇଁ ଧାରଣା ଦେଇଛନ୍ତି। ଖବର ପାଇ ଥାନା ଅଧିକରି କଲ୍ୟାଣି ବେହେରା ଥାନା ରେ ପହଞ୍ଚି ବୁଝାସୁଝା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe