ଯୌତୁକ ଦାବିରେ ହତ୍ୟା ଅଭିଯୋଗ 

Advertisment
ଯୌତୁକ ଦାବିରେ ହତ୍ୟା ଅଭିଯୋଗ 

Times of India

ପଦ୍ମପୁର: ପଦ୍ମପୁର ଥାନା ଅଧୀନସ୍ଥ ଭେଉଁରିଆ ଗ୍ରାମରେ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅର ପରିବାରଲୋକେ ଯୌତୁୁକ ପାଇଁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି।

ଭେଉଁରିଆ ଗ୍ରାମର ଜଣେ ନାବାଳକର ଭଉଣୀ ଝାରବନ୍ଧରେ ବିବାହ କରିଛନ୍ତି। ତେଣୁ ନାବାଳକ ଜଣକ ନିଜ ଭଉଣୀ ଘରକୁ ବାରମ୍ବାର ଯାଉଥିଲେ। ସେଠାରେ ବିକି ଠାକୁର (୧୯)ଙ୍କ ନାମକ ଜନୈକା ଯୁବତୀ ସହ ତାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ଏପ୍ରିଲ ମାସରେ ଉଭୟେ ବିବାହ କରି ଭେଉଁରିଆ ନିଜ ଘରେ ରହୁଥିଲେ। କିନ୍ତୁ କୌଣସି କାରଣରୁ ବିକିଙ୍କ ମୃତ୍ୟୁ ଘଟିଥିଲା। ପରେ ଶାଶୂଘର ପକ୍ଷରୁ ବିକିଙ୍କ ବାପଘରକୁ ଝିଅ ଆତ୍ମହତ୍ୟା କରିଛି ବୋଲି ଖବର ଦିଆଯାଇଥିଲା। ହେଲେ ବାପଘର ଲୋକେ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ପହଂଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe