ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ 

ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ 

Zee News

ସମ୍ବଲପୁର: ନକଲି ପ୍ରମାଣପତ୍ର ଦେଇ ଜଣେ ମହିଳା ଶିକ୍ଷୟିତ୍ରୀ ଭାବେ ଚାକିରି କରୁଥିବା ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୧୪ ମସିହାରେ ସେ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିବା ବେଳେ ନିୟମିତ ଭାବେ ସରକାରୀ ବେତନ ପାଉଥିଲେ।

ତେବେ ଆର୍‌ଟିଆଇରୁ ମିଳିଥିବା ସୂଚନା ଅନୁଯାୟୀ ସେ ଦେଇଥିବା ପ୍ରମାଣପତ୍ରଟି ନକଲି ବୋଲି କହିଛନ୍ତି ଅରୁଣ କୁମାର ସାହୁ। ସେ ସଲଗ୍ନ କରିଥିବା ବିଏଡ୍‌ ପ୍ରମାଣପତ୍ରଟି ଯେଉଁ ବିଶ୍ବବିଦ୍ୟାଳୟର, ସେହି ବିଶ୍ବବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ନାଁ ନଥିବା ଆର୍‌ଟିଆଇରୁ ଜଣାପଡ଼ିଥିବା ଅରୁଣ କହିଛନ୍ତି। ଏହି ସୂଚନା ମିଳିବା ପରେ ସେ ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe