କଲେଜରେ ଛାତ୍ରୀକୁ ଯୌନ ନିର୍ଯାତନା ଅଭିଯୋଗ: ଅଧ୍ୟାପକ ଅଟକ, ସନ୍ଦେହରେ ଅଧ୍ୟକ୍ଷଙ୍କ ଭୂମିକା

Advertisment
କଲେଜରେ ଛାତ୍ରୀକୁ ଯୌନ ନିର୍ଯାତନା ଅଭିଯୋଗ: ଅଧ୍ୟାପକ ଅଟକ, ସନ୍ଦେହରେ ଅଧ୍ୟକ୍ଷଙ୍କ ଭୂମିକା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳର ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଅଧ୍ୟାପକ ନିଜ ଛାତ୍ରୀଙ୍କୁ କଲେଜ ପରିସରରେ ଯୌନ ନିର୍ଯାତନା ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ଏହିଭଳି ଏକ ସମ୍ବେଦନଶୀଳ ଘଟଣାରେ କଲେଜ ଅଧ୍ୟକ୍ଷଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପାଇଥିବା ବେଳେ ପୁଲିସ ଅଧ୍ୟାପକ ସଂଜୀବ କୁମାର ଦାଶଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହା ହେଉଛି ଡିସେମ୍ବର ଘଟଣା। ଅଭିଯୋଗ ଅନୁସ‌ାରେ, ସେହିମାସ ୨୩ ତାରିଖ ଦିନ କଲେଜରେ ବାର୍ଷିକ ଉତ୍ସବ ଥିଲା l ୨୪ ତାରିଖ ଦିନ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ ଦାଶ ଲାବୋରେଟରୀ ସଫା କରିବା ପାଇଁ ସଂପୃକ୍ତ ଛାତ୍ରୀଙ୍କ ସହ ଆଉ ଦୁଇଜଣ ଛାତ୍ରୀଙ୍କୁ ପଠାଇଥିଲେ। ଅନ୍ୟ ଦୁଇଜଣ ଛାତ୍ରୀ ଅଳିଆ ପକେଇବାକୁ ଗଲାପରେ ଅଧ୍ୟାପକ ଶ୍ରୀ ଦାଶ ଆସି ପୀଡ଼ିତ‌ା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଛାତ୍ରୀ ଜଣକ କୌଣସି ପ୍ରକାରରେ ବାହାରକୁ ଦୌଡ଼ି ପଳେଇ ଆସିବାରେ ସକ୍ଷମ ହୋଇଥିଲେ। ଏହାପରେ, ୨୫ ଓ ୨୬ ତାରିଖ ଦିନ ମଧ୍ୟ ଅଧ୍ୟାପକ ଜଣକ ତାଙ୍କୁ ଶ୍ରେଣୀ କକ୍ଷରେ ପିଠିରେ ପିଟିଥିଲେ।
ଏଭଳି ସ୍ଥିତିରେ ଛାତ୍ରୀନିବାସ‌ରେ ରହୁଥିବା ଛାତ୍ରୀ ଜଣକ ପରଦିନ ନିଜ ଗାଁକୁ ଚାଲି ଯାଇଥିଲେ। କିଛିଦିନ ଧରି ଭୟରେ ନୀରବ ରହିବା ପରେ ଗତ ଫେବ୍ରୁଆରି ୧ ତାରିଖ ଦିନ ସେ ତାଙ୍କ ବାପାମା’ଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ବାପାମା’ଙ୍କ ପରାମର୍ଶ କ୍ରମେ ପରଦିନ ସେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଥିଲେ। ମାତ୍ର, ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅଭିଯୋଗପତ୍ରକୁ ଚିରି ଦେବା ସହିତ ପୀଡ଼ିତାଙ୍କୁ ଭୟଭୀତ କରିବାକୁ ପଛେଇ ନଥିଲେ। ପୀଡ଼ିତା ଛାତ୍ରୀ ତାଙ୍କ ସ୍ଥାନୀୟ ଅଭିଭାବକଙ୍କ ସହିତ ପୁଣି ଗାଁକୁ ଫେରିଆସିଥିଲେ। ଶେଷରେ, ଆଜି ନାକଟିଦେଉଳ ଥାନାକୁ ଯାଇ ଅଧ୍ୟାପକ ଶ୍ରୀ ଦାଶଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ।

ନାକଟିଦେଉଳ ଥାନା ପୁଲିସ ଆଇପିସି ଧାରା ୩୪୧ , ୩୫୧ ଏ’ ଏବଂ ପକ୍‌ସୋ ଆଇନ ଅନୁଯାୟୀ ଅଭିଯୁକ୍ତ ଶ୍ରୀ ଦାଶଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପବିତ୍ର ଗୁରୁଶିଷ୍ୟ ସଂପର୍କରେ କଳଙ୍କର ଦାଗ ସଦୃଶ ଏହି ଘଟଣା ସମ୍ପୃକ୍ତ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe