DNA India
ସମ୍ବଲପୁର: ଗୁଜୁରାଟି କଲୋନିର ୟସ୍ନା କକ୍କଡ ୨୦୨୧ ଜୁଲାଇରେ ଜଲାନଗଳିର ଅଭିଷେକ ଭାଟିଆଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୂଘରେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ଅଭିଷେକ୍ ତାଙ୍କୁ ମାରପିଟ୍ କରିବା ସହ ତାଙ୍କ ବାପା ମା’ଙ୍କୁ ଧମକ ଦେଉଥିଲେ।
ଗତ ମେ’ ମାସରେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ଗତ ୨୬ ତାରିଖ ତାଙ୍କୁ ପୁଣିଥରେ ଘରକୁ ଡାକି ସମାନ ଭାବେ ନିର୍ଯାତନା ଦେଇଥିଲେ। ସ୍ଥିତି ଅସହ୍ୟ ହେବାରୁ ସେ ୧୧୨କୁ କଲ୍ କରି ଜଣାଇବା ପରେ ଜଣେ ମହିଳା ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏ ନେଇ ସେ ଶନିବାର କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us