ତ୍ବରିତ ମାମଲା ଫଇସଲା ଦିଗରେ ଧ୍ୟାନ ଦେବା ଉଚିତ

Advertisment
ତ୍ବରିତ ମାମଲା ଫଇସଲା ଦିଗରେ ଧ୍ୟାନ ଦେବା ଉଚିତ

ଜୟପୁର: ଜିଲ୍ଲା ଓକିଲ ସଂଘ ପକ୍ଷରୁ ଏଠାକୁ ନୂଆରେ ବଦଳି ହୋଇ ଆସିଥିବା ଦୌରା ଜଜ୍ ସତ୍ୟନାରାୟଣ ମିଶ୍ର ଓ ‌ସ୍ଥାୟୀ ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ଜଜ୍ ସିଏଚ୍.ବାସୁଦେବ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଇନଜୀବୀ ଓ ବିଚାରପତିଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖି ବିଭିନ୍ନ କୋର୍ଟରେ ବହୁ ବର୍ଷ ଧରି ପଡ଼ି ରହିଥିବା ପୁରୁଣା ମମାଲା ଗୁଡିକର ଶୀଘ୍ର ଫଇସଲା କରି ମହକିଲଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଉଚିତ ବୋଲି କହିଥିଲେ ଜିଲ୍ଲା ଦୌରାଜଜ୍।

ଓକିଲ ସଂଘ ସଭାପତି ସରୋଜ ଦାଶ ସଭାପତିତ୍ବ କରି ତୁରନ୍ତ ମାମଲା ଗୁଡିକର ଫଇସଲା ଦିଗରେ ଆଇନଜୀବୀ ମାନେ ମଧ୍ୟ ତତ୍ପର  ଓ ଧ୍ୟାନ ରଖିଛନ୍ତି ବୋଲି  କହିଥିଲେ। ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା, ଅତିରିକ୍ତ ଜିଲ୍ଲା ଜଜ୍ ରାଜେଶ ନାୟାର, ଅତରିକ୍ତ ଜିଲ୍ଲାଜଜ୍ ତଥା ଫାଷ୍ଟଟ୍ରାକ ପୋକ୍ସ କୋର୍ଟ ଜଜ୍ ପ୍ରଦୀପ ସାସମଲ, ପରିବାର ଅଦାଲତ ବିଚାରପତି ଡ. ପବିତ୍ର ମୋହନ ସାମଲ, ସିଜିଏମ୍ ଦିଲ୍ଲିପ କୁମାର ସାହୁ,  ମହିଳା ଅଦାଲତ ଜଜ୍ ଅଂଜଳି ମାଛଖଣ୍ଡ,  ଏସଡିଜେଏମ୍ ରଶ୍ମିରେଖା ପଣ୍ଡା, ରେଜିଷ୍ଟ୍ରାର ଶରତ କୁମାର ଜେନା, ବରିଷ୍ଠ ଦେୱାନୀ ବିଚାରପତି ମୁସାରତ୍ ଜାହିନ, ପ୍ରଥମ ଶ୍ରେଣୀ ନ୍ୟାୟଅଧିକାରୀ ପଲ୍ଲବୀ ପ୍ରିୟଦର୍ଶନୀ ଦାଶ, ଚରଣ କୁମାର ଜେନା ଉପସ୍ଥିତ ଥିଲେ।  ହାଇକୋର୍ଟ ପ୍ରତିଷ୍ଠା ଦିବସରେ ରାଜ୍ୟର ୨୨ ଆଇନଜୀବୀଙ୍କ ମଧ୍ୟରେ ଜୟପୁର ଜିଲ୍ଲା ଓକିଲ ସଂଘର ସଭ୍ୟ ଅଶୋକ ମିଶ୍ର ସମ୍ବର୍ଦ୍ଧିତ ହୋଇ ଫେରିଥିବାରୁ ପୁଣି ତାଙ୍କୁ ଜିଲ୍ଲା ଦୌରାଜଜ୍ ସମ୍ବର୍ଦ୍ଧିତ କରିଥିଲେ। ସଂଘର ଉପସଭାପତି ଗିରିଧର ଖରା, ସ୍ବତନ୍ତ୍ର ପିପି ଡ.ବି.ଗାୟତ୍ରୀ ଦେବୀ , ବରିଷ୍ଠ ଆଇନଜୀବୀ ଦାଶରଥୀ ପଟ୍ଟନାୟକ, ବିରେଶ ପଟ୍ଟନାୟକ, ଦିନବନ୍ଧୁ ଅଗ୍ରୱାଲ, ଶିଶିର ମିଶ୍ର, କେଏନ୍ ସାମନ୍ତରାୟ, ପି.ରମେଶ ପାତ୍ର  ନାନାଜି ଆଚାରୀ, ସୁବାସ ପଣ୍ଡା, ଲାଲମୋହନ ମିଶ୍ର, ପିଣ୍ଟୁ ମାଝୀ, ତାରିଣୀ ପାଣିଗ୍ରାହୀ, ରବି ମାଝୀ, ରାଜକିଶୋର ପାତ୍ର, ହରିଶ୍ ମୁଦୁଲି, ଦିବାକର ଗୌଡ, କେ.ଦିବାକର ରାଓ, ରାଜିୟା ବେଗମ, ପୁଷ୍ପାଂଜଳି ସାହୁ, ପି.ସନ୍ନ୍ୟାସୀ ରାଓଙ୍କ ସହ ବହୁ ଆଇନଜୀବୀ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe