ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଅଧ୍ୟକ୍ଷ ଚାକିରି କରିଥିବା ଅଭିଯୋଗ: ଫାଟକରେ ତାଲା ପକାଇ ଧାରଣା

Advertisment

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ମିଥ୍ୟା ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ଉତ୍ତରାଞ୍ଚଳ (ସମ୍ବଲପୁର) ଆର୍‌ଡିସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ମିଥ୍ୟା ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ଉତ୍ତରାଞ୍ଚଳ (ସମ୍ବଲପୁର) ଆର୍‌ଡିସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

fhfvbbgg

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ମିଥ୍ୟା ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ଉତ୍ତରାଞ୍ଚଳ (ସମ୍ବଲପୁର) ଆର୍‌ଡିସି ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ସତ୍ୟତା ନ ଆସିବା ପର୍ଯ୍ୟନ୍ତ ଶ୍ରୀ ସାହୁ ଅଧ୍ୟକ୍ଷ ପଦରେ ବସିପାରିବେ ନାହିଁ ବୋଲି ଦାବି କରି ଛାତ୍ରମାନେ ଆଜି କଲେଜ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସରକାର ଏହାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସରକାର ନିଷ୍ପତ୍ତି ନେବେ: ଅଧ୍ୟକ୍ଷ 

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ ୧୯୯୨ ମସିହା ଅଗଷ୍ଟ ୨୯ ତାରିଖରେ ବାଲେଶ୍ୱର ଫକୀରମୋହନ କଲେଜରେ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରିଥିଲେ। ସେ ମିଥ୍ୟା ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ ଉପରେ ତଦନ୍ତ କରିବାକୁ ସମ୍ବଲପୁର ଆର୍‌ଡିସି ଗତ ଫେବ୍ରୁଆରି ମାସ ୨୦ ତାରିଖରେ (ଚିଠି ନମ୍ବର ୧୯୭୬, ୧୫/୨୫) ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ନେଇ ମହାବିଦ୍ୟାଳୟର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଅଧ୍ୟକ୍ଷ ଶ୍ରୀ ସାହୁ ଶାରୀରିକ ଭାବେ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି। ସେ ଗାଡ଼ି ଚଳାଇବାଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ ସବୁଥିରେ ଫିଟ୍‌। ତାଙ୍କର ଏହି ଅନୁଚିତ କାର୍ଯ୍ୟ ପାଇଁ ମହାବିଦ୍ୟାଳୟର ଭାବମୂର୍ତ୍ତି  କ୍ଷୁଣ୍ଣ ହେଉଛି ଏବଂ ଢେଙ୍କାନାଳର ସ୍ୱାଭିମାନ ପ୍ରତି ଆଘାତ ଲାଗିଛି। ଅଧ୍ୟକ୍ଷ ବିଦ୍ୟାର୍ଥୀମାନଙ୍କୁ 

ତାଙ୍କ ଚାମ୍ବରକୁ ପୂରାଇ ଦେଉନାହାନ୍ତି। ଯେ କୌଣସି ସମସ୍ୟା କିମ୍ବା ଅସୁବିଧା ସଂପର୍କରେ ବିଭାଗୀୟ ମୁଖ୍ୟ (ଏଚ୍‌ଓଡି)ଙ୍କୁ ଜଣାଇବାକୁ କହୁଛନ୍ତି। ସେ କାର୍ଯ୍ୟରେ ଯୋଗ ଦେବା ପରଠାରୁ ମହାବିଦ୍ୟାଳୟର ଉନ୍ନତି ତ ଦୂର କଥା, ଶିକ୍ଷାନୁଷ୍ଠାନ ପରିସର ଠିକ୍‌ ଭାବେ ସଫା ହେଉନାହିଁ। ଉନ୍ନୟନ କାର୍ଯ୍ୟ ପାଇଁ ଅଭିଯୋଗ କଲେ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଯାଇ ଆନ୍ଦୋଳନ କରିବାକୁ ଅଧ୍ୟକ୍ଷ କହୁଛନ୍ତି ବୋଲି ଛାତ୍ରମାନେ ଅଭିଯୋଗ କରିଛନ୍ତି। ସତ୍ୟାସତ୍ୟ ଜଣା ନପଡ଼ିବା ପର୍ଯ୍ୟନ୍ତ ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ଦାବିରେ ଛାତ୍ରମାନେ ଆଜି କଲେଜ ସମ୍ମୁଖ ଫାଟକକୁ ବନ୍ଦ କରି ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ କହିବାନୁଯାୟୀ ସେ ସବୁବେଳେ ଛାତ୍ରଛାତ୍ରୀଙ୍କ ସହ ରହିଛନ୍ତି। ମହାବିଦ୍ୟାଳୟର ସମସ୍ତ ସମସ୍ୟାର ସମାଧାନ କରାଯିବ। ସେ ଦେଇଥିବା ଭିନ୍ନକ୍ଷମ ପ୍ରମାଣପତ୍ର ଠିକ୍‌। ସରକାର ଏ ସଂପର୍କରେ ନିଷ୍ପତ୍ତି ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe