କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଘଟଗାଁ ବ୍ଲକ ରୁଟିଶିଳା ପଞ୍ଚାୟତ ସାରୁପାଟ ବୁଥ ନମ୍ବର ୩୮ ରେ ସ୍ଥାନୀୟ ବିଜେଡି ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ ମହାନ୍ତ ବୁଥ୍ରେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଜଣା ପଡିଛି। ଶ୍ରୀମତୀ ମହାନ୍ତ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ବୁଥ ଭିତରେ ରହିଥିଲେ।
ତେବେ ନିୟମ ଅନୁଯାୟୀ ବୁଥ ଠାରୁ ଶହେ ମିଟର ନିଷିଦ୍ଧାଞ୍ଚଳରେ କେବଳ ଭୋଟର ମାନେ ରହିବା କଥା। ତେବେ ଯାଜ୍ଞସେନୀ ଦୀର୍ଘ ସମୟ ଧରି ବୁଥ ଭିତରେ ରହିବା, ଧାଡିରେ ଠିଆ ହେଇଥିବା ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବା ନେଇ ଖବର ପ୍ରସାରଣ ପରେ ପୁଲିସ୍ର ଏକ ଟିମ୍ ବୁଥ୍ରେ ପହଁଚିବା ପରେ ଯାଜ୍ଞସେନୀ ବାହାରକୁ ବାହାରି ଆସିଥିଲେ।
ସେହିପରି ଘସିପୁରା ନିର୍ବାଚନ ମଣ୍ଡଳୀର ଘଟଗାଁ ବ୍ଲକର ବଡମଶାଣିବିର୍ଲା ଗ୍ରାମର ୬୩ ନଂ ବୁଥ୍ରେ ମକପୋଲ ସମୟରେ ଯେଉଁ ଚିହ୍ନରେ ମଧ୍ୟ ଭୋଟ ଦେଲେ ତାହା ଏକ ନିର୍ଦ୍ଦିଷ୍ଟ ଚିହ୍ନକୁ ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ କିଛି ସମୟ ବୁଥ ଭିତରେ ଉତ୍ତେଜନା ଲାଗି ରହିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ତ୍ରୁଟି ସୁଧୁରିବା ପରେ ଭୋଟ ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଜାରି ରହିଥିଲା।
Follow Us