ଗନ୍ଦିଆ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: ‘ଆମ ପୁଅକୁ ପିଟିପିଟି ମାରିଦେଲେ’

Advertisment

ଶବକୁ ଗାଁରେ ପୂରାଇ ଦେଲେନି ପରିବାର

ଶବକୁ ଗାଁରେ ପୂରାଇ ଦେଲେନି ପରିବାର

ଗନ୍ଦିଆ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: ‘ଆମ ପୁଅକୁ ପିଟିପିଟି ମାରିଦେଲେ’

ବାସୁଦେବପୁର : ଢେଙ୍କାନାଳର ଗନ୍ଦିଆ ପୁଲିସ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦିଆ ଗ୍ରାମର ଭାଗବତ ପାଣି। ଥାନାରେ ତାଙ୍କ ପୁଅ ନିରଞ୍ଜନଙ୍କୁ ଅମାନୁଷିକ ନିର୍ଯାତନା ଦେବାସହ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଲୋକ ଇଚ୍ଛାପୁର-ବାସୁଦେବପୁର ରାସ୍ତାରେ ଟାୟାର୍‌ ଜାଳି ପ୍ରତିବାଦ କରିଛନ୍ତି। ଆମ ପିଲାକୁ ଯେମିତି ନେଇଥିଲ, ସେମିତି ଫେରାଇ ଦିଅ ବୋଲି ପରିବାର ଓ ସମ୍ପର୍କୀୟ ଦାବି କରି ରାତି ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି। ଘଟଣାସ୍ଥଳରେ ବାସୁଦେବପୁର ପୁଲିସ ପହଞ୍ଚି ବୁଝାସୁଝା କରୁଥିଲେ ବି ପରିବାର ଲୋକେ ଜିଦ୍‌ରେ ଅଟଳ ରହିଥିବା ହସ୍ତଗତ ଶେଷଖବରରୁ ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ୨୩ ତାରିଖ ରାତି ସାଢ଼େ ତିନିଟା ବେଳେ ଗନ୍ଦିଆ ପୁଲିସ ସ୍ଥାନୀୟ ପୁଲିସ ସହାୟତାରେ ନିରଞ୍ଜନଙ୍କୁ ଘରୁ ଉଠାଇ ନେଇଥିଲା। ‘ କ’ଣ ପାଇଁ ଆମ ପୁଅକୁ ନେଉଛ,’ ବୋଲି ବାପା ଭାଗବତ ଓ ମା’ ଶାନ୍ତିଲତା ପଚାରିଥିଲେ। ହେଲେ, ପୁଲିସ କୌଣସି ଉତ୍ତର ନ ଦେଇ ଓଲଟା ସେମାନଙ୍କୁ ଗଳାଧକ୍କା ମାରି ନିରଞ୍ଜନଙ୍କୁ ନେଇ ଯାଇଥିଲେ। ନିରଞ୍ଜନଙ୍କୁ ଗନ୍ଦିଆ ଥାନାରେ ରଖି ପଚରାଉଚରା କରି ଢେଙ୍କାନାଳ ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ଜେଲ୍‌ରୁ ଗନ୍ଦିଆ ପୁଲିସ ପୁଣି ରିମାଣ୍ଡରେ ଆଣିଥିଲେ। ‌ ସେ ଅସୁସ୍ଥ ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ନିରଞ୍ଜନଙ୍କ ମୃତ୍ୟୁ ହୋଇଛି।

ପ୍ରତିବାଦସ୍ବରୂପ ଆଜି ସନ୍ଧ୍ୟାରେ ଆମ୍ବୁଲାନ୍ସରେ ଆସିଥିବା ନିରଞ୍ଜନଙ୍କ ଶବକୁ ଗାଁକୁ ପୂରାଇ ଦେଇ ନ ଥିଲେ ଗ୍ରାମବାସୀ। ଆମ୍ବୁଲାନ୍ସକୁ ସ୍ଥାନୀୟ ଚନ୍ଦିଆ ଛକ ନିକଟରେ ଅଟକ ରଖିବା ସହ ଇଚ୍ଛାପୁର-ବାସୁଦେବପୁର ରାସ୍ତାରେ ଟାୟାର ଜାଳି କ୍ଷତିପୂରଣ ଦାବି କରି ଧାରଣାରେ ବସି ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe