ଫେସବୁକରେ ବର୍ଷା କହିଲେ ମନକଥା :କୌଣସି ସ୍ଥିତିରେ ବି ବାପଘରକୁ ଯିବି ନାହିଁ ; ଶାଶୁ ଘରେ ରହିବାର ସଂପୂର୍ଣ୍ଣ ଅଧିକାର ଅଛି

ଫେସବୁକରେ ବର୍ଷା କହିଲେ ମନକଥା :କୌଣସି ସ୍ଥିତିରେ ବି ବାପଘରକୁ ଯିବି ନାହିଁ ; ଶାଶୁ ଘରେ ରହିବାର ସଂପୂର୍ଣ୍ଣ ଅଧିକାର ଅଛି

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ ହିଂସା ଅଭିଯୋଗକୁ ଏକ ‘ଫେକ୍ ଆଲିଗେସନ୍’ କହିବା ସହ    ଏତେ ସବୁ ଅସୁବିଧା ସତ୍ତ୍ବେ ସେ କାହିଁକି  ଆମ ଘରେ ଅଛନ୍ତି ଓ ନିଜ ଘରକୁ କାହିଁକି ଚାଲିଯାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଏକ ଦୀର୍ଘ ଜବାବ ରଖିଛନ୍ତି ବର୍ଷା। ସେ ଆଜି ଫେସବୁକରେ ଏକ ପୋଷ୍ଟ କରି  ବର୍ଷା ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କୌଣସି ବି ସ୍ଥିତିରେ ବାପଘରକୁ ଯିବି ନାହିଁ । ମୁଁ ଅନୁଭବଙ୍କୁ ବାହା ହୋଇଛି ଏବଂ ସମ୍ପୂର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି । ଶାଶୁ ଘରେ ରହି ଆଇନ ଦ୍ୱାରା ସମସ୍ୟାର ସମାଧାନ କରିବି ।

ବର୍ଷା କହିଛନ୍ତି, ଅନୁଭବ ଦୁର୍ଭାଗ୍ୟବଶତଃ ଚାରିକାନ୍ଥ ଭିତରେ ଥିବା ସ୍ବାମୀ ସ୍ତ୍ରୀଙ୍କ କଥାକୁ ନେଇ ମିଥ୍ୟା ଆରୋପ ମୋ ଉପରେ ଲଗାଇଛନ୍ତି। ସମସ୍ତଙ୍କ ଘରେ ଝଗଡ଼ା ହୁଏ, ଅଶାନ୍ତି ହୁଏ କିନ୍ତୁ ତା’ ମାନେ ନୁହେଁ ଜଣେ ତାକୁ ସମାଧାନ କରିବା ପରିବର୍ତ୍ତେ ସମାଧାନର ସବୁ ବାଟ ବନ୍ଦ କରି ଦେବା। ବାହାଘର ଭାଙ୍ଗିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୁଏନି। ମୁଁ ସାଢ଼େ ଛଅ ବର୍ଷ ସବୁ ପ୍ରକାର କଷ୍ଟ ସହିଲା ପରେ ଯେତେବେଳେ ମୋ ବାହାଘରକୁ ଭାଙ୍ଗିବା ପାଇଁ ମାନସିକ  ଚାପ ଦିଆଗଲା ଏବଂ ମୋ ବୈବାହିକ ଜୀବନ ଅସୁରକ୍ଷିତ ହୋଇଗଲା ସେତେବେଳେ ବାଧ୍ୟ ହୋଇ ମୋତେ ଆଇନର ସାହାର ନେବାକୁ ପଡ଼ିଛି ବୋଲି ବର୍ଷା କହିଛନ୍ତି।

MP Anubhav Mohanty Is A Professional Drunkard: Wife Barsha Priyadarshini | Odisha TV

କେବଳ ଏତିକି ନୁହେଁ, ବର୍ଷାଙ୍କ ସହିତ ଦୀର୍ଘ ଛଅ ବର୍ଷ ଭିତରେ କ’ଣ କ’ଣ ଘଟିଛି ତାହାକୁ ସେ ଏହି ଚିଠି ମାଧ୍ୟମରେ ବଖାଣିଛନ୍ତି। .ସେ କହିଛନ୍ତି, ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ମୋ ସ୍ୱାମୀ ନିଜେ ପ୍ରମାଣିତ କରିଛନ୍ତି ମୁଁ କିପରି ମୋ ଶାଶୁଘର ଲୋକଙ୍କ ସହିତ ମିଶିକି ଚଳୁଛି, ଯାହାକି ତାଙ୍କ ନିଜ ପିଟିସନରେ ଲିଖିତ ଅଭିଯୋଗରେ ମିଥ୍ୟା ବୋଲି ପ୍ରମାଣିତ କରୁଛି । ଘରୋଇ ହିଂସା ସବୁଦିନ ଚବିଶ ଘଣ୍ଟା ହୋଇ ନଥାଏ ବରଂ କିଛି କିଛି ଘଟଣାକୁ ନେଇ କି ହୋଇଥାଏ । ଦରକାର ପଡିଲେ ସେମିତି କିଛି ଘଟଣାର ପ୍ରମାଣ ମୁଁ କୋର୍ଟକୁ ଦେବି ଏବଂ ମୋ ବାହାଘରକୁ ବଂଚେଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି।

publive-image

publive-image

ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଅନୁଭବଙ୍କୁ ବାହା ହୋଇଛି । ବାହାଘର ଓ ମୋ ମଥାର ସିନ୍ଦୂର ମୋ ପାଇଁ ଖେଳ ନୁହେଁ । ମୁଁ ଜଣେ ସୁଗୃହିଣୀ ହିସାବରେ ମୋର ପ୍ରତିଟି କର୍ତ୍ତବ୍ୟ ଓ ଦାୟିତ୍ୱ କରିଆସିଛି । ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ ପ୍ରତି ମୁଁ ବିଶ୍ୱସ୍ତ ହୋଇରହିଛି ।  ମୋ ସ୍ୱାମୀ ଆଜି ଅବାଟକୁ ଚାଲିଯାଇଛନ୍ତି । ସବୁ ସହି ତାଙ୍କୁ ଅବାଟକୁ ଫେରାଇ ଆଣିବାକୁ ବିଶ୍ୱାସ ରଖିଛି । ଯେତେବେଳେ ମୋ ବାହାଘରକୁ ଭାଙ୍ଗିବା ପାଇଁ ମୋ ଉପରେ ଚାପ ପଡିଲା ଏବଂ ବାହାଘର ପୂରାପୁରି ଅସୁରକ୍ଷିତ ହୋଇଗଲା ସେତେବେଳେ ମୋତେ ଆଇନର ସାହାରା ନେବାକୁ ପଡିଲା । ମୁଁ ମୋ ସ୍ୱାମୀଙ୍କୁ ସବୁବେଳେ ଭଲପାଇଛି । ମୋର ଶେଷ ଜୀବନ ଯାଏ ମୁଁ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ । ଏତେ ସବୁ ପରେ ମଧ୍ୟ ମୁଁ ଛାଡପତ୍ର ଚାହେଁ ନାହିଁ ବରଂ ମୋ ସ୍ୱାମୀ ପରିବର୍ତ୍ତନ ହୋଇ ଠିକ୍ ବାଟକୁ ପୁଣି ଥରେ ଫେରି ଆସିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ।

ଏ ପଟେ ବର୍ଷାଙ୍କର ଅଭିଯୋଗକୁ ଗତକାଲି ଗଣମାଧ୍ୟମ ସାମ୍ନାରେ ଅନୁଭବ ‘ଫେକ୍ ଆଲିଗେସନ୍’ ବା ମିଥ୍ୟା ଅଭିଯୋଗ ବୋଲି କହିଥିଲେ। ସେହିପରି ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ପ୍ରଶ୍ନ ଉଠାଇଥିଲେ ସ୍ୱାମୀ ଅନୁଭବ ମହାନ୍ତି। ସେ କହିଥିଲେ, ଯଦି ବର୍ଷା ଘରୋଇ ହିଂସାର ଶିକାର ହୋଇଛନ୍ତି, ଆମେ ତାଙ୍କୁ ହଇରାଣ କରୁଛୁ, ତେବେ ସେ ଏବେ ବି କିଭଳି ମୋ ଘରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe