ନବବଧୂଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ, ଦେଡ଼ଶୁର, ଯାଆ ଗିରଫ; ଶାଶୁଘରୁ ‌ଯୌତୁକ ସାମଗ୍ରୀ ଜବତ

Advertisment
ନବବଧୂଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ, ଦେଡ଼ଶୁର, ଯାଆ ଗିରଫ; ଶାଶୁଘରୁ ‌ଯୌତୁକ ସାମଗ୍ରୀ ଜବତ

ରତ୍ନଗିରି : ରତ୍ନଗିରି ଗ୍ରାମର ଜଣେ ନବବଧୂଙ୍କୁ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ହତ୍ୟା ଉଦ୍ୟମ କରିଥିବା ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଅଭିଯୁକ୍ତ ସ୍ବାମୀ, ଦେଡ଼ଶୁର ଓ ଯାଆଙ୍କୁ ବରୀ ପୁଲିସ୍ ଗିରଫ କରିଛି।

ପୁଲିସ ସୂଚାନୁସରେ ୨୦୨୧ ମେ ୧୨ ତାରିଖରେ ଧର୍ମଳାଶା ଥାନା କାଏମା ମଝିସାହି ଗ୍ରାମର ପ୍ରମୋଦ ବିଶ୍ବାଳଙ୍କ ଝିଅ ସନ୍ଧ୍ୟାରାଣୀଙ୍କୁ ରତ୍ନଗିରି ଗ୍ରାମର ସ୍ବର୍ଗତ ରତ୍ନାକର ଜେନାଙ୍କ ସାନପୁଅ ବ୍ରଜକିଶୋର ଜେନା(୩୦) ବୈଦିକ ରୀତିରେ ବିବାହ କରିଥିଲେ। ଶାଶୁଘର ଲୋକଙ୍କ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ମଧ୍ୟ କିଛିଦିନ ପରେ ସନ୍ଧ୍ୟାରାଣୀଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଗତକାଲି ହଠାତ୍ ଶାଶୁ କିରଣବାଳା ଜେନାଙ୍କ ସମେତ ସ୍ବାମୀ, ଦେଡ଼ଶୁର, ଯାଆ ତାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେ କୌଣସିପ୍ରକାରେ ସେମାନଙ୍କ କବଳରୁ ଖସି ଘରୁ ବାହାରି ରତ୍ନଗିରି ବଜାର ଆଡ଼କୁ ଦୌଡ଼ି ପଳାଇଯାଇ ଜୀବନ ବଞ୍ଚାଇଥିଲେ ବୋଲି ସନ୍ଧ୍ୟାରାଣୀ କହିଛନ୍ତି। ତାଙ୍କ ମୁଣ୍ତ, ପିଠି ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କୁଠାରୁ ସୂଚନା ପାଇ ବରୀ ପୁଲିସ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା।

ଏ ସଂକ୍ରାନ୍ତରେ ୧୬୨/୨୦୨୨ରେ ଏକ ମାମଲା ରୁଜୁ କରିବା ସହ ବିଭିନ୍ନ ଦଫାରେ ତଦନ୍ତ କରିବା ସହ ସ୍ବାମୀ ବ୍ରଜକିଶୋର ଜେନା, ଦେଡ଼ଶୁର ରାଜକିଶୋର ଜେନା(୪୧), ଯାଆ ନିରୁପମା ଜେନା(୩୧)ଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ବିବାହ ସମୟରେ କନ୍ୟାପକ୍ଷ ଦେଇଥିବା ଜିନିଷପତ୍ର ଶାଶୁଘରୁ ଜବତ କରି ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତିନି ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe