ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

kendrapara.nic.in

ଆଳି : ଆଳିଥାନା ଭୂଇଁପୁର,ବନ୍ଧସାହି ଗ୍ରାମର ଜନୈକା ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବାର ଆଳି ଥାନାରେ ଅଭିଯୋଗ ହୋଇଛି। ଭୂଇଁପୁର, ବନ୍ଧସାହି ଗ୍ରାମର ଜନୈକା ମହିଳା ସିପାନୀ ନାଥ(ଛଦ୍ମନାମ)ଗତକାଲି ଆଳି ଥାନାରେ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ସେହି ଗ୍ରାମର ଜନୈକ ବୟସ୍କ ଦୋକାନୀ ଗତ ୨୩ ତାରିଖ ଦିନ ତାଙ୍କର ୫ ବର୍ଷର ସାନଝିଅ ଟପି (ଛଦ୍ମନାମ)କୁ ଟେକିନେଇ ତାଙ୍କର କ୍ୟାବିନ ଭିତରେ ଦୀର୍ଘ ସମୟ କବାଟ ବନ୍ଦକରି ଦୁଷ୍କର୍ମ କରିଥିଲେ।

ଏହି ସୂଚନା ପାଇବା ପରେ ସେ ଯାଇ ଦେଖନ୍ତି ତ ତାଙ୍କର ଝିଅ କ୍ୟାବିନ ସମ୍ମୁଖରେ ପଡି ରହିଥିଲା। ଝିଅକୁ ନେଇ ଘରେ ଦେଖିବା ପରେ ତାର ଶରୀରର ସମ୍ବେଦନଶୀଳ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା। ଏସମ୍ପର୍କରେ ସୁନାକରଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ଓଲଟି ସୁନାକରଙ୍କ ପୁଅ ସିପାନୀଙ୍କୁ ନାନା ଧମକ ଦେଇଥିଲେ। ଥାନାକୁ ଗଲେ ଜୀବନରୁ ମାରିଦେବେ ବୋଲି ପରିବାର ଲୋକେ ସଂଘବଦ୍ଧ ଭାବେ ଧମକ ଦେଇ ତାଙ୍କୁ ଥାନାକୁ ନଛାଡିବା ପାଇଁ ନଜରବନ୍ଦୀରେ ରଖିଥିଲେ। ଏହାପରେ ଗତକାଲି ୨୮ ତାରିଖରେ ସିପାନୀ ଗାଁରୁ ଲୁଚିଛପି ଆସି ଆଳି ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏହି ମାମଲାରେ ଆଜି ରାତି ୧୧ଟା ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ ଓ ରିପୋର୍ଟ ଲେଖା ହେବା ବେଳକୁ ପୋଲିସ ଭୂଇଁପୁରରେ ଥିବା ମାମଲାର ତଦନ୍ତ ଅଧିକାରୀ ପ୍ରଦୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe