ଭିନ୍ନକ୍ଷମ ଆଶାକର୍ମୀଙ୍କୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ

Advertisment
ଭିନ୍ନକ୍ଷମ ଆଶାକର୍ମୀଙ୍କୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ

DailyRounds

ତେଲକୋଇ:  ରାଇସୁଆଁ ପଞ୍ଚାୟତ ଭାଲୁଦରି ଗ୍ରାମର ଭିନ୍ନକ୍ଷମ ଆଶା କର୍ମୀ ପଦ୍ମିନୀ ମହାନ୍ତ ସେହି ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଗତକାଲି ପ୍ରସବ ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଜିଲ୍ଲା ଖଣିଜ ପାଣ୍ଠି ଦ୍ଵାରା ନିଯୁକ୍ତ ଡାକ୍ତର ଗଣପତି ପ୍ରଧାନ ସଂପୃକ୍ତ ଆଶା କର୍ମୀଙ୍କୁ ଡକାଇ ଅଶାଳୀନ ବ୍ୟବହାର କରିବା ସହିତ ଖରାପ ଭାଷାରେ  ଗାଳିଗୁଲଜ କରି ଠେଲା ପେଲା କରିଥିବା ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଆଶା କର୍ମୀ ଜଣଜ ରାଇସୁଆଁ ସରପଞ୍ଚଙ୍କ ଠାରୁ ସୂଚନା ପାଇ ଜଣେ ଅସହାୟବୃଦ୍ଧଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗତ ୨୦ ତାରିଖରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।   ଡାକ୍ତରଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଶା ସଂଗଠନ ପକ୍ଷରୁ ଦାବି ହୋଇଛି।

ଏନେଇ ଡାକ୍ତର ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ଆଶା ଜଣକ ଜଣେ ଅସହାୟ ବୃଦ୍ଧଙ୍କୁ ଆମ୍ବୁଲାନ୍ସରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରି ଦେଖାଶୁଣା କରିବା ପରିବର୍ତ୍ତେ ଫେରାର ହୋଇଯାଇଥିଲେ। ଯେହେତୁ ରୋଗୀର କେହି ସମ୍ପର୍କୀୟ ନାହିଁ। ତେଣୁ ନାନା ସମସ୍ୟା ସୃଷ୍ଟି ହେଉଛି। ସଂପୃକ୍ତ ଆଶାକୁ ଏକ ସପ୍ତାହ ପରେ ଆଜି ଦେଖା ହେବାରୁ ଏ ସମ୍ବନ୍ଧରେ ପଚାରିଥିଲି। ରୋଗୀଟିର ଦେଖାଶୁଣା ନ କରି ଛାଡି ଦେଇ କେଉଁ ଆଡେ ପଳାଇଯାଉଛ ବୋଲି ପଚାରିଥିଲି। କୌଣସି ଅଶାଳୀନ ବ୍ୟବହାର କରିନାହାନ୍ତି ବୋଲି ଡାକ୍ତର ଶ୍ରୀ ପ୍ରଧାନ କହିଛନ୍ତି। ଏନେଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତିଶ ଆଚାର୍ଯ୍ୟ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି, ଛୁଟିରେ ଥିବାରୁ ଗଲେ ଘଟଣା ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe