ଜୟପୁର: ଚର୍ଚ୍ଚର ପାଷ୍ଟରଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଖ୍ରୀଷ୍ଟିଆନ ଓ ଶିଖ୍‌ମାନଙ୍କ ଭିତରେ ଯୌତୁକ ପ୍ରଥା ବୃଦ୍ଧି ପାଉଛି

oneindia.com

ଜୟପୁର: ପାଷ୍ଟରଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ବିଜୟରାଣୀ ସାମଲ(୬୬)। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାଙ୍କବିଜା ଚର୍ଚ୍ଚର ପାଷ୍ଟର ଜନ ପେଡ୍ରିକ(୪୫)ଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ୨୦୦୪ରୁ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିବାବେଳେ ତାଙ୍କ ସ୍ବାମୀ ତାଙ୍କୁ ନିର୍ଯ୍ୟତନା ଦେଉଥିବା ସେ ସଦରଥାନାରେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଥାନାରେ ୨୨୮/୨୦ରେ ଏକ ଯୌତୁକ ନିର୍ଯ୍ୟତନା ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ୨୦୦୪ରୁ ବିବାହ କରିଥିଲେ। ଦୀର୍ଘ ଦିନ ହେବ ବୈବାହିକ ଜୀବନ ଭଲ ଚାଲିଥିବାବେଳେ ଏବେ ତାଙ୍କୁ ନିର୍ଯ୍ୟତନା ଦେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ନାମରେ ଆଇପିସିର ଦଫା ୪୯୮/୯୯୪ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥବା କହିଛନ୍ତି ଏସଆଇ ଶଙ୍କର ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe