ଯୌତୁକ ନିର୍ଯାତନା ଅଭିଯୋଗ, ଥାନାରେ ମାମଲା

Advertisment
ଯୌତୁକ ନିର୍ଯାତନା ଅଭିଯୋଗ, ଥାନାରେ ମାମଲା

Latest Laws

ବନ୍ତ: ଭଦ୍ରକ ଆଗରପଡ଼ା ଥାନା ଅନ୍ତର୍ଗତ କୁଆଁର୍ଦ୍ଦା ଗ୍ରାମର ଆନନ୍ତ ପାତ୍ରଙ୍କ ଝିଅ ବନିତା ପାତ୍ର ୨୦୧୮ ମସିହାରେ ବନ୍ତ ଥାନା ଅନ୍ତର୍ଗତ ଟିଲୋ କରଞ୍ଜପଡ଼ା ଗ୍ରାମର ଅନନ୍ତ ସ୍ବାଇଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ସମୟରେ କନ୍ୟାଘର ପକ୍ଷରୁ ବରଘର ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା। ବାହାଘରର କିଛି ଦିନ ଶାଶୂଘରେ ବନିତା ବେଶ୍ ହସଖୁସିରେ ଥିବା ବେଳେ ଏକ ପୁତ୍ର ସନ୍ତାର ଜନନୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସ୍ବାମୀ ଅନନ୍ତ ବାପଘରୁ ୧ ଲକ୍ଷ ଟଙ୍କା ଆଣିବା ନିମନ୍ତେ ବାଧ୍ୟ କରିଥିଲେ।

ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ଯୋଗୁଁ ବନିତାଙ୍କ ବାପଘର ଜ୍ବାଇଁର ଦାବି ପୂରଣ କରି ପାରି ନଥିଲେ। ଫଳରେ ବନିତା ବିଭିନ୍ନ ସମୟରେ ସ୍ବାମୀଙ୍କ ଦ୍ବାରା ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହେଉଥିଲେ। ଏପରି ସମୟରେ ଗତ ଜାନୁଆରି ମାସରେ ଥାନାରେ ବୁଝାମଣା ହୋଇଥିଲା। ତେବେ ଗତ ୨୬ ତାରିଖ ଦିନ କୌଣସି କାରଣ ନଥାଇ ବନିତା ସ୍ବାମୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏ ଖବର ବାପାଘରର ଲୋକ ପାଇବା ପରେ ଗତ ୨୮ ତାରିଖ ଦିନ ବୁଝାମଣା ହୋଇଥିଲା। ଏହି ସମୟରେ ରାଗିଯାଇ ହଠାତ୍ ଜ୍ବାଇଁ ଅନନ୍ତ ଶ୍ବଶୁରଙ୍କୁ ଗାଳିଗୁଲଜ କରିଥିଲେ। ତେଣୁ ବନିତା ବାଧ୍ୟ ହୋଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ୯୦/୨୨ରେ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଜାରି ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe