ପକ୍ଷୀଙ୍କ ନାମକରଣରେ ତ୍ରୁଟି ଅଭିଯୋଗ

ଚନ୍ଦକାରେ ବହିରାଗତ ପକ୍ଷୀଙ୍କ ପ୍ରଜାତି ବଢ଼ିଲା, ସଂଖ୍ୟା ଛିଡ଼ିଲା: ୨୭ ଆସୁଥିଲେ, ୫୭ ଆସିଛନ୍ତି

ଭୁବନେଶ୍ବର : ରାଜ୍ୟ ସଂଗ୍ରହାଳୟରେ ଥିବା ପକ୍ଷୀ ଗ୍ୟାଲେରିରେ କିଛି ତ୍ରୁଟି ଥିବା ନେଇ ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଗ୍ୟାଲେରିରେ ଲଗାଯାଇଥିବା ପକ୍ଷୀଙ୍କ ଫଟୋର ନାମକାରଣ ଭୁଲ ହୋଇଛି। ରାଜ୍ୟ ସଂଗ୍ରହାଳୟକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ଏଭଳି ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ। ବିଶେଷକରି ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ତେଣୁ ଆମ ରାଜ୍ୟର ଗର୍ବ ଓ ଗୌରବ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପକ୍ଷୀ ଗ୍ୟାଲେରିର ତ୍ରୁଟି ସଂଶୋଧନ କରି, ପର୍ଯ୍ୟଟକଙ୍କୁ ସଠିକ ଜ୍ଞାନ ଓ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରୁଛି।

ଏଥିସହ କେଉଁଠି ତ୍ରୁଟି ରହିଛି ତାହାର ଏକ ତାଲିକା ଫଟୋ ସହିତ ପ୍ରମାଣ ଆକାରରେ ସଂଲଗ୍ନ କରି ପ୍ରଦାନ କରୁଛି। ପକ୍ଷୀମାନଙ୍କର ସଠିକ ଚିହ୍ନଟ ଲାଗି ଏକ ବୈଷୟିକ ଟିମ୍‌ ଗଠନ କରାଯାଇ ସହ ନାମକରଣ ଫଳକ ଲଗାଯାଉ। ଅଭିଯୋଗ ନେଇ ରାଜ୍ୟ ସଂଗ୍ରହାଳୟ ଅଧିକ୍ଷକ ଭାଗ୍ୟଲିପି ମଲ୍ଲ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମୋ ପାଖରେ ପହଞ୍ଚିଛି। ଯଦି ସେମିତି କିଛି ତ୍ରୁଟି ହୋଇଥାଏ, ପକ୍ଷୀ ବିଶେଷଜ୍ଞଙ୍କୁ ଡାକି ଯାଞ୍ଚ କରାଯିବ। ଆବଶ୍ୟକ ହେଲେ ନାମ ଫଳକ ବଦଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe