ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ ପରେ ପ୍ରଧାନଶିକ୍ଷକ ନିଲମ୍ବିତ

Advertisment
ଆର୍ଥିକ ଅନିୟମିତତା ଅଭିଯୋଗ, ତଦନ୍ତ ପରେ ପ୍ରଧାନଶିକ୍ଷକ ନିଲମ୍ବିତ

World Places Map List

ବନ୍ତ: ବନ୍ତ ବ୍ଲକ୍ ବସନ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା ହୋଇଥିିବା ଅନିୟମିତତା ଅଭିଯୋଗର ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ କରିଛନ୍ତି।

ବିଦ୍ୟାଳୟର ପାଣ୍ଠିକୁ ପ୍ରଧାନଶିକ୍ଷକ ଅଜୟ କୁମାର ପୃଷ୍ଟି ଓ ପ୍ରାକ୍ତନ ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁ ପରିଚାଳନା କମିଟିର ଅଗୋଚରରେ ଖର୍ଚ୍ଚ କରିଛନ୍ତି। ପରିଚାଳନା କମିଟିର ସଭ୍ୟମାନେ ଜାଣିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଖର୍ଚ୍ଚ ହୋଇଥିବା ଟଙ୍କାର ହିସାବ ମାଗିଥିଲେ। ଫଳରେ ପ୍ରଧାନଶିକ୍ଷକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ପରିଚାଳନା କମିଟି ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ କମିଟିର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ସଭ୍ୟ ସୁଶାନ୍ତ କୁମାର ପ୍ରଧାନ, ପ୍ରଶାନ୍ତ ମୈକାପ, ମାନସ ରଞ୍ଜନ ବାରିକ, ଚିତ୍ତରଞ୍ଜନ ମହାନ୍ତିି, ଅାନନ୍ଦ ସାହୁ, ବଳରାମ ସାହୁ ପ୍ରମୁଖ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।

ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଚାଲିଥିବା ସମୟରେ ୨ଦିନ ତଳେ କୌଣସି ବ୍ୟକ୍ତି ଏ ବିଷୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଉକ୍ତ ଖବର ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ଦୃଷ୍ଟିଗୋଚର ହେବା ପରେ ଶ୍ରୀ ମିଶ୍ର ବ୍ଲକ୍ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟଙ୍କ ସହ ଆଜି ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ପରିଚାଳନା କମିଟି ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଜିଲ୍ଲା ଶିକ୍ଷାଧିକାରୀ ତଦନ୍ତ କରି ଅନିୟମିତତା ସମ୍ବନ୍ଧରେ ସୂଚନା ପାଇଥିଲେ। ଅନିୟମିତତାର ପର୍ଦ୍ଦାଫାସ ପାଇଁ ସ୍ଥାନୀୟ ଲୋକମାନେ ଅପେକ୍ଷା କରିଥିଲା ବେଳେ ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ ତଦନ୍ତ ଫଳାଫଳକୁ ଲୋକେ ଚାହିଁ ବସିଥିଲେ। ଏ ନେଇ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଆଜି ତଦନ୍ତ ଆରମ୍ଭ ହୋଇଥିଲା ବେଳେ ପ୍ରକ୍ରିୟା ଶେଷ ହେବା ପାଇଁ କିଛି ସମୟ ଲାଗିବ।

ପ୍ରାଥମିକ ତଦନ୍ତ ବେଳେ କ୍ରୀଡ଼ା ସାମଗ୍ରୀ କିଣିବା ସମୟରେ ଅନିୟମିତତା ଦୃଷ୍ଟିଗୋଚର ହୋଇଥିବା ପ୍ରକାଶ କରିବା ସହ ପ୍ରଧାନଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ପାଇ ବ୍ଲକ୍ ଶିକ୍ଷାଧିକାରୀ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାଯାଇଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ଅଭିଯୋଗ ଭିତ୍ତିହୀନ ହୋଇଥିଲା ବେଳେ ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe