ଚାକିରି ଲାଳସା, ୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

Advertisment
ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ମଙ୍ଗଳାମୁଣ୍ଡା ଗ୍ରାମର ବିଦ୍ୟାଧର ମେହେରଙ୍କଠାରୁ ଚାକିରି କରାଇ ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଭୁବନେଶ୍ୱରର ବିଧୁ ପ୍ରକାଶ ସ୍ୱାଇଁ ତାଙ୍କୁ ୨୦୨୧ ମାର୍ଚ୍ଚ ମାସରେ ଫୋନ୍‌ କରି ତାଙ୍କ ଭଉଣୀକୁ ଷ୍ଟାଫନର୍ସ ପଦରେ  ନିଯୁକ୍ତି କରିଦେବାକୁ କହି ୬ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିରେ ବିଶ୍ୱାସ ରଖି ବିଦ୍ୟାଧର ପ୍ରଥମେ ଫୋନପେ ମାଧ୍ୟମରେ ୪ ଲକ୍ଷ ଟଙ୍କା ପଠାଇଥିଲେ। କିନ୍ତୁ ବିଧୁପ୍ରକାଶ ଦିନ ଗଡ଼ାଇ ଚାଲିଥିଲେ। ଏବେ ୨ ମାସ ହେଲା ସେ ଫୋନ ଉଠାଉ ନଥିବାରୁ ବିଦ୍ୟାଧର ଠକେଇର ଶିକାର ହୋଇଥିବା ଜାଣିପାରି ବାଉଁଶୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe