ପେଟ୍ରୋଲ୍ ପମ୍ପରେ ଠକେଇ ଅଭିଯୋଗ

ପେଟ୍ରୋଲ୍ ପମ୍ପରେ ଠକେଇ ଅଭିଯୋଗ

photo-oneindia

ଢେଙ୍କାନାଳ : ସହରର ଏକ ପେଟ୍ରୋଲ୍ ପମ୍ପରେ ଟଙ୍କା ଅନୁଯାୟୀ ପେଟ୍ରୋଲ୍ ନଦେଇ ଗ୍ରାହକମାନଙ୍କୁ ଠକେଇ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସହରର ବାଜିଚୌକ ଅଞ୍ଚଳର ବିଷ୍ଣୁପ୍ରସାଦ ମହାରଣା। ସେ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତାଙ୍କର ହସସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀ ମହାରଣାଙ୍କ ଅଭିଯୋଗ ଅନୁଯାୟୀ, ସହରର ଷ୍ଟେସନ ବଜାର ଅଞ୍ଚଳରେ ଏକ ପେଟ୍ରୋଲ୍ ପମ୍ପରୁ ଗତ ୨୫ ତାରିଖ ଦିନ ସେ ୧୦୦୨ ଟଙ୍କାର ପେଟ୍ରୋଲ୍ କିଣି ନିଜ ଗାଡିରେ ପକାଇଥିଲେ। ତେଲ ପକାଇବା ପରେ ଟଙ୍କା ଦେଇ ରସିଦ୍‌ ଆଣିଥିଲେ। ସେଥିରେ ଅଧିକ ଅର୍ଥ ବା ଓଭର ଚାର୍ଜ ନିଆଯାଇଥିବା ସେ ରସିଦ୍‌ରୁ ଜାଣିବାକୁ ପାଇଥିଲେ। ଧାର୍ଯ୍ୟ ସମୟରେ ସଂପୃକ୍ତ ଫିଲିଂ ଷ୍ଟେସନରେ ତେଲ ଦରରେ ଡିଲର ପରିବର୍ତ୍ତନ କରାଯାଇନଥିବାରୁ ତେଲ ଦର କମିଥିବା ସତ୍ତ୍ବେ ଅଧିକ ଅର୍ଥରାଶି ଖର୍ଚ୍ଚ ହୋଇଥିବା ଶ୍ରୀ ମହାରଣା ଅଭିଯୋଗ ଆଣିଛନ୍ତି। ପ୍ରତ୍ୟହ ସକାଳ ୬ଟାରେ ତୈଳଦର ପରିବର୍ତ୍ତନ କରିବାର ନିୟମ ରହିଥିଲେ ମଧ୍ୟ ଏହା ସଠିକ୍‌ କାର୍ଯ୍ୟକାରୀ ହେଉନାହିଁ। ୨୦୧୮ ଡିସେମ୍ବର ମଧ୍ୟରେ ସମସ୍ତ ପେଟ୍ରୋଲ୍ ପମ୍ପରେ ସ୍ବତଃ ତୈଳଦର କମାଇବା ଓ ବଢାଇବାର ବନ୍ଦୋବସ୍ତ କରାଯାଇଥିବା ବେଳେ ଏଠାରୁ ପୁରୁଣା ବ୍ୟବସ୍ଥା ଉଠାଯାଇନଥିବା ଶ୍ରୀ ମହାରଣା ସନ୍ଦେହ ପ୍ରକାଶ କରି ସେ ଠକାମିର ଶିକାର ହୋଇଥିବା ଜିଲ୍ଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ଦିଗରେ ଦୃଷ୍ଟିଦେଇ ସଂପୃକ୍ତ ଫିଲିଂ ଷ୍ଟେସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସିଏଜି ଅଡିଟ୍ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି। ଏଥିସହ ସହରର ଅନ୍ୟ ଫିଲିଂ ଷ୍ଟେସନକୁ ମଧ୍ୟ ଅଡିଟ୍ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe